ଅନୁକୂଳଚନ୍ଦ୍ରଙ୍କ ଜନ୍ମୋତ୍ସବ ଅବସରରେ ଏମ୍ସ’କୁ ମୋବାଇଲ୍ ରକ୍ତଦାନ ଭ୍ୟାନ୍ ଉପହାର

ଦେଓଘର (ଝାଡ଼ଖଣ୍ଡ ),୧୫।୯: ଯୁଗ-ପୁରୁଷୋତ୍ତମମ୍ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଜନ୍ମୋତ୍ସବ ଅବସରରେ ରବିବାର ଦେଓଘରସ୍ଥିତ ସତସଙ୍ଗମୁଖ୍ୟ ଆଶ୍ରମ ପକ୍ଷରୁ ଆଚାର୍ଯ୍ୟଦେବ ଅର୍କଦ୍ୟୁତି ଚକ୍ରବର୍ତ୍ତୀ ସ୍ଥାନୀୟ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)କୁ ଏକ ମୋବାଇଲ୍ ରକ୍ତଦାନ ଭ୍ୟାନ୍ ପ୍ରଦାନ କରିଛନ୍ତି।

ସତସଙ୍ଗ ଆଶ୍ରମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଚାର୍ଯ୍ୟଦେବଙ୍କ ତରଫରୁ ତାଙ୍କ ସାନଭାଇ ତଥା ସତସଙ୍ଗର ପରିଚାଳକ ଡ. ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ ଗାଡିର ଚାବି ଏମ୍ସ ଦ ପ୍ରତିନିଧୀଙ୍କୁ ପ୍ରଦାନ କରିଥିଲେ।

ଏହି ଅବସରରେ ହରମନ୍ଦର ସିଂ, ଏମ୍ସ ଡିନ୍ ଏକାଡେମିକ୍, ଡକ୍ଟର ଅଜୟ ପଟେଲ , ଆସୋସିଏଟ୍ ପ୍ରଫେସର, ଆନାଟୋମି ବିଭାଗ ଏବଂ ଡ. ଇନ୍ଦ୍ରନିଲ ଦାସ, ଆସିଷ୍ଟାଣ୍ଟ ପ୍ରଫେସର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଏବଂ ବ୍ଲଡ୍ ବ୍ୟାଙ୍କ ବିଭାଗ, ଶିବାନନ୍ଦ ପ୍ରସାଦ, ସତସଙ୍ଗ ଆସିଷ୍ଟାଣ୍ଟ ସେକ୍ରେଟାରୀ , ସତସଙ୍ଗ ଚାରିଟେବୁଲ ହସ୍ପିଟାଲର ସମସ୍ତ ଡାକ୍ତର ଏବଂ ଅନ୍ୟ କର୍ମଚାରୀ, ଆଶ୍ରମର ଅନେକ ଭକ୍ତ, ସ୍ଥାନୀୟ ଲୋକ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଏମ୍ସ ଦେଓଘରର ପ୍ରତିନିଧିମାନେ ଆଚାର୍ଯ୍ୟଦେବଙ୍କ ପ୍ରତି ସମ୍ମାନ ଏବଂ କୃତଜ୍ଞତା ଜଣାଇ ଭ୍ୟାନ୍ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

ସେନା ଅଧିକାରୀ, ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ମାମଲା: ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର,୧୯।୯: ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭାନ୍ସ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ...

ପୁରୀରୁ ନବୀନଙ୍କୁ ସିଧା ଟାର୍ଗେଟ କଲେ ମୋହନ ମାଝୀ, କହିଲେ ପୁରୀରେ କରୁଥିଲେ ଏଇ ରାଜନୀତି…

ଭୁବନେଶ୍ୱର,୧୯।୯: ଓଡ଼ିଶାରେ ଭାଜପାର ୧୦୦ଦିନ ପୂରଣ ହେବା ନେଇ ପୁରୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ...

ସରକାରର ୧୦୦ ଦିନ ପୂର୍ତ୍ତିରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଯେଉଁମାନେ ସୁଭଦ୍ରା ପାଇନାହାନ୍ତି ସେମାନଙ୍କୁ…

ଭୁବନେଶ୍ୱର,୧୯।୯: ସରକାରର ୧୦୦ ଦିନ ପୂର୍ତ୍ତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅଭିଭାଷଣ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଶ୍ରୀମନ୍ଦିର...

ଭୁଟାନ ଆପଣାଇବ ବିଏମ୍‌ସି ମଡେଲ

ଭୁବନେଶ୍ୱର,୧୯ା୯ (ଅନୁରାଧା ମହାରଣା): ଭୁଟାନର ଏକ ପ୍ରତିନିଧି ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍‌ରେ ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ...

ମେଜରଙ୍କୁ ଦୁର୍ବ୍ୟବହାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି, କହିଲେ କାହାରିକୁ ବି…

ଭୁବନେଶ୍ୱର,୧୯ା୯: ରାସ୍ତାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାର ତଦନ୍ତ ହେବ ବୋଲି ଗୁରୁବାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଓ୍ବାଇବି ଖୁରାନିଆ।...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ସବୁ ଜିଲାରେ ହେବ…

ଭୁବନେଶ୍ୱର,୧୯।୯: ରାଜ୍ୟର ସମସ୍ତ ଜିଲାରେ ମେଡିକାଲ କଲେଜ ହେବ। ଗୁରୁବାର ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଘୋଷଣା କରିଛନ୍ତି। ଖୁବଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସ...

ଆଜିଠାରୁ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଚେନ୍ନାଇ, ୧୯।୯ (ପି.ଟି.):ଭାରତ ଓ ବାଂଲାଦେଶ ମଧ୍ୟରେ ୨ ଟେଷ୍ଟ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଏଠାରେ ଆରମ୍ଭ ହେବ। ବାଂଲାଦେଶ ଏହା ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri