Categories: ବାଣିଜ୍ୟ

ବାର୍ଷିକ ଉତ୍ସବରେ କର୍ମଚାରୀଙ୍କୁ ବାସଗୃହ ଜମି ଉପହାର

ଭୁବନେଶ୍ୱର, ୭।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସର ୨୩ ତମ ବାର୍ଷିକ ଉତ୍ସବ ‘ବିଶ୍ୱାସ’ ଶୁକ୍ରବାର ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଲିଉଡ୍‌ ଅଭିନେତ୍ରୀ ତଥା ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍‌ ଆମ୍ବାସାଡର ଅର୍ଚ୍ଚିତା ସାହୁଙ୍କ ସମେତ ଅରୁନ୍ଧତୀର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ଏବଂ ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ବିଭିନ୍ନ କ୍ଷେତ୍ରରେ ଶୀର୍ଷ ପ୍ରଦର୍ଶନ କରିଥିବା ଅରୁନ୍ଧତୀ ଗ୍ରୁପ୍‌ର ୭୮ଜଣ କର୍ମଚାରୀଙ୍କୁ ଉପହାର ସ୍ବରୂପ ୧୨୦୦ ବର୍ଗଫୁଟର ବାସଗୃହ ଜମି ପ୍ରଦାନ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମ୍ମାନିତ କରାଯାଇଥିଲା। ଅପରପକ୍ଷରେ ଦୀର୍ଘ ୨୧ବର୍ଷ ଧରି ଅରୁନ୍ଧତୀ ପରିବାର ସହ ଯୋଡ଼ିହୋଇ ନିରନ୍ତର ଓ ନିଷ୍ଠାପର ଭାବେ କାମ କରି ଆସୁଥିବା କର୍ମଚାରୀମାନଙ୍କୁ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିଦ୍ଦେର୍ଶକ ବ୍ରହ୍ମାନନ୍ଦ ମେହେର ଉପହାର ସ୍ବରୂପ ୧୨୦୦ ବର୍ଗଫୁଟର ବାସଗୃହ ଜମି ପ୍ରଦାନ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମ୍ମାନିତ କରିଥିଲେ। ଏ ସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମେହେର କହିଥିଲେ, ଆମ କର୍ମଚାରୀମାନେ ନିରନ୍ତର ଓ ନିଷ୍ଠାପର ଭାବେ ଗ୍ରାହକମାନଙ୍କୁ ଆମତ୍ିୟତା ଓ ନମ୍ରତା ଭରା ସେବା ପ୍ରଦାନ କରିଥାନ୍ତି। ଫଳରେ ଅରୁନ୍ଧତୀ ଆଜି ରାଜ୍ୟର କୋଣ ଅନୁକୋଣରେ ବେଶ୍‌ ପରିଚିତ ଓ ଆଦୃତ ହୋଇପାରିଛି। ଓଡ଼ିଶାବାସୀଙ୍କର ଭଲ ପାଇବା ଯୋଗୁ ଆମେ ରାଜ୍ୟର ସର୍ବବୃହତ୍‌ ଓ ସର୍ବଶ୍ରେଷ୍ଠ ଜୁଏଲେରି ବ୍ରାଣ୍ଡ୍‌ ଭାବେ ପ୍ରତିଷ୍ଠିତ ହୋଇପାରିଛୁ।
ସେହିଭଳି ବାର୍ଷିକ ଉତ୍ସବର ବିଶେଷ ମୁହୂର୍ତ୍ତକୁ ଅବିସ୍ମରଣୀୟ କରିବା ପାଇଁ ଗ୍ରୁପ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏପରିକି ଗୀତିକାର ନାଭ୍ୟାଙ୍କ ସୁମଧୁର ସ୍ବର ଓ ଡିଜେ ୱାସିମ୍‌ଙ୍କ ରିମିକ୍ସ ସଙ୍ଗୀତ ଉପସ୍ଥିତ ୧୦୦୦ରୁ ଊର୍ଦ୍ଧ୍ୱ ଅରୁନ୍ଧତୀ ଗ୍ରୁପ୍‌ର କର୍ମଚାରୀ ଓ ଅତିଥିମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲାବେଳେ ଆଙ୍କର ଶୋଭନା ମଞ୍ଚ ପରିଚାଳନା କରିଥିଲେ ା ଗୋଟିଏ ବର୍ଷ ଭିତରେ ୩ଟି ଜାତୀୟ ସମ୍ମାନ ସହ ୧୦ରୁ ଊର୍ଦ୍ଧ୍ୱ ସମ୍ମାନରେ ସମ୍ମାନିତ ହୋଇ ସହ ଓଡ଼ିଶା ମାଟି ପାଇଁ ଅନେକ ଗର୍ବ ଓ ଗୌରବ ଆଣିପାରିଛି। ଆଗାମୀ ଦିନରେ ଅରୁନ୍ଧତୀ ସେହି ଉସତ୍ର୍ଗୀକୃତ ମନୋଭାବ ରଖି ସେବା ଯୋଗାଇଦେବା ଅମର ଆଣିବା ପ୍ରାଥମିକତା ରହିବ।

Share