Categories: ଜାତୀୟ

ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଉପହାର: ଶିଶୁ ଜନ୍ମର ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ପାଟଣା, ୨୭।୩: ପବିତ୍ର ହୋଲି ଉପଲକ୍ଷେ ବିହାରର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିଛି। ଏବେ ସରକାରୀ କର୍ମଚାରୀ କିମ୍ବା ଅଧିକାରୀଙ୍କ ଘରେ ପିଲା ଜନ୍ମ ହୁଅନ୍ତି ତେବେ ପ୍ରସବ ସମୟର ସମସ୍ତ ଖର୍ଚ୍ଚ ସ୍ବାସ୍ଥ୍ୟ ବିଭାଗ ବହନ କରିବ। ରାଜ୍ୟର ସାଧାରଣ ଜନତାଙ୍କ ସହ ସରକାରୀ କର୍ମଚାରୀମାନେ ମଧ୍ୟ ନିରାପଦ ପ୍ରସବକୁ ନେଇ ସଚେତନ ହେବା ଉଚିତ, ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି। ତେବେ ସରକାରଙ୍କ ଏହି ସହାୟତା କେବଳ ପ୍ରଥମ ଦୁଇ ସନ୍ତାନ ପାଇଁ ସୀମିତ ରହିବ। ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଶୁକ୍ରବାର ଏହା ଜଣାଇଛନ୍ତି। ସରକାର ନିଷ୍ପତ୍ତି ନେଇଛି ଯେ, ପ୍ରସବ ସମୟରେ କର୍ମଚାରୀଙ୍କ ଚିକିତ୍ସା ଖର୍ଚ୍ଚ ସ୍ବାସ୍ଥ୍ୟ ବିଭାଗ ବହନ କରିବ।
ଆହୁରି ମଧ୍ୟ ପାଣ୍ଡେ କହିଛନ୍ତି ଯେ, ବର୍ତ୍ତମାନ ଅଖିଳ ଭାରତୀୟ ସେବାର କର୍ମଚାରୀ ଏବଂ ଅନ୍ୟ କେତେକ ରାଜ୍ୟ ସରକାର ନିଜର କର୍ମଚାରୀଙ୍କୁ ପ୍ରସବ ମେଡିକାଲ ସୁବିଧା ପ୍ରଦାନ କରୁଛନ୍ତି। ବର୍ତ୍ତମାନ ବିହାର ସରକାର ଏହାର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ମଧ୍ୟ ଏହି ସୁବିଧା ଯୋଗାଇ ଦେବେ।

Share