Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଉପହାର ରାଜନୀତି

ଭୋପାଳ,୫।୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଜନ୍ମଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏକ ବଡ଼ ଘୋଷଣା କରିଛନ୍ତି। ପିସିସି ମୁଖ୍ୟ କମଲ ନାଥ କହିଛନ୍ତି, ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ଭଉଣୀମାନେ ଧନୀ ହେବେ। ମଧ୍ୟପ୍ରଦେଶରେ ନିମ୍ନ ଏବଂ ମଧ୍ୟମ ପରିବାରର ଭଉଣୀମାନେ ବାର୍ଷିକ ୧୮,୦୦୦ ଟଙ୍କା ପାଇବେ।
ଉଲ୍ଲେଖନୀୟ କଥା ହେଉଛି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ ଜନ୍ମଦିନ ଅବସରରେ ଲାଡଲି ବାହନା ଯୋଜନା ଶୁଭାରମ୍ଭ କରିଥିଲେ। ଭୋପାଳରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭଉଣୀମାନଙ୍କୁ ମାସକୁ ଏକ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଗୋଟିଏ ବର୍ଷରେ ନିମ୍ନ ଏବଂ ମଧ୍ୟବିତ୍ତ ପରିବାରର ଭଉଣୀମାନଙ୍କୁ ୧୨ ହଜାର ଟଙ୍କା ଦିଆଯିବ ବୋଲି କହିଛନ୍ତି।
ବିଧାନସଭା ନିର୍ବାଚନ ପୂର୍ବରୁ ଲାଡଲି ବାହନା ଯୋଜନା ଶିବରାଜ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଭୋଟ ବ୍ୟାଙ୍କ ବୃଦ୍ଧି ଯୋଜନା ବୋଲି କୁହାଯାଉଥିଲା, କିନ୍ତୁ ଏଥିରୁ ଜଣାପଡୁଛି ଯେ କଂଗ୍ରେସ ଏଥିରୁ କିଛି ମାତ୍ରାରେ ଶିଖିଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି, ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ପ୍ରତି ମାସରେ ୧୫୦୦ ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଆସିବ। ଫଳରେ ଗୋଟିଏ ବର୍ଷରେ ମହିଳାଙ୍କୁ ୧୮ ହଜାର ଟଙ୍କା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେଲେ ରାଣିମୁଣ୍ଡା ସରପଞ୍ଚ, ପୂର୍ବତନ ପିଇଓ

ନୂଆପଡା,୫/୪ (ମକାରୁ ବେମାଲ): ନୂଆପଡା ଜ଼ିଲା ଖରିଆର ବ୍ଲକ ରାଣିମୁଣ୍ଡା ପଞ୍ଚାୟତ ସରପଞ୍ଚ ଓ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁକ୍ରବାର ରାତିରେ ଭିଜିଲାନ୍ସ ହାତରେ...

ଓଡିଆ ପକ୍ଷ ପାଳନ କାର୍ଯ୍ୟକ୍ରମକୁ ଆସିଲେନି ଅଧିକାରୀ: ବ୍ଲକ କର୍ମଚାରୀଙ୍କୁ ନେଇ ଐତିହ୍ୟ ଗଣଦୌଡ଼

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଓଡ଼ିଶା ପାଳୁଛି ଓଡ଼ିଆ ପକ୍ଷ। ଏଥିପାଇଁ ପଲ୍ଲୀଠାରୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଏହି ପକ୍ଷକୁ ବଡ଼ ଧୁମଧାମ୍‌ରେ ପାଳନ କରାଯାଉଛି। ଓଡ଼ିଆ...

US strikes on Houthi: ମାତ୍ର ୨୫ ସେକେଣ୍ଡରେ ହୁତିଙ୍କୁ ଧ୍ବଂସ କରିଦେଲା ଆମେରିକା! ଭିଡ଼ିଓ ଶେୟାର କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଭିଡିଓ ଶେୟାର କରିଛନ୍ତି। ଏଥିରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକାର ବିମାନ ଆକ୍ରମଣ ଦର୍ଶାଯାଇଛି। ଏହି...

ବିଦେଶ ମାଟିରେ ଓଡ଼ିଆ ଖାଦ୍ୟର ଆଦର ବଢୁଛି

ଭୁବନେଶ୍ୱର,୫।୪ (ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଖାଦ୍ୟର ଆଦର ବିଦେଶ ମାଟିରେ ବଢ଼ିବାରେ ଲାଗିଛି। କଳାହାଣ୍ଡି କଲମ୍‌ପୁରର କଦଳୀ, ଢେଙ୍କାନାଳର ଆମ୍ବ ଓ ପନିପରିବା ସହ ଉପକୂଳ...

କଇଁଛ ପିଠିରେ ରାସାୟନିକ ରଙ୍ଗରେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର,୫।୪ (ବନ୍ଦନା ସେଠୀ)ସୋସିଆଲ୍‌ ମିଡିଆରେ ଚର୍ଚ୍ଚାକୁ ଆସିବା ସହିତ ଭିୟୁର୍ସ ବଢାଇବା ପାଇଁ ବ୍ଲଗରମାନେ କିଛି ବି କରିବାକୁ ପଛାଉ ନାହାନ୍ତି। ଏପରିକି ନିରୀହ ବନ୍ୟପ୍ରାଣୀଙ୍କୁ...

ଏଇ ଭାରତରେ

ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣର ସଫଳତା କଥା ଯେତିକି ଜୋର କୁହାଯାଉଛି ତାହାର ବାସ୍ତବତା ସେତିକି ନୁହେଁ। ଦେଶରେ ଏମିତି ଅଞ୍ଚଳ ରହିଛି ଯେଉଁଠି ଏବେ...

ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ଥୁଆମୂଳ ରାମପୁର,୫ା୪ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହଠାରେ ଶୁକ୍ରବାର ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ...

ପେଟ୍ରୋଲ ଟାଙ୍କିର ମନିବ୍ୟାଗ

ମନିବ୍ୟାଗ ହେଉଛି ଅର୍ଥ ରଖିବାର ମୁଣା। ମନି ବ୍ୟାଗ୍‌ର ରଙ୍ଗ, ଦିଗ, ସାଙ୍କେତିକ ଚିହ୍ନ, ସ୍ବଚ୍ଛତା ଆଦିକୁ ବାସ୍ତୁବିଦ୍ୟାରେ ବର୍ଣ୍ଣନା କରାଯାଇଛି। ବିଶେଷ କରି ବ୍ୟବସ୍ଥିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image