Categories: ଜାତୀୟ

ନିର୍ବାଚନରେ ଉପହାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ବିକାଶ ପାଇଁ ଖର୍ଚ୍ଚ ହେଉ ଟଙ୍କା, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୧।୮ : ନିର୍ବାଚନ ସମୟରେ ମାଗଣା ଉପହାର ଦେବା ଏବଂ ମାଗଣା ବିଦ୍ୟୁତ, ଜଳ ବଣ୍ଟନ ଆଦି ରାଜନୈତିକ ଦଳର ପ୍ରତିଶ୍ରୁତିକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବରେ ବିବେଚନା କରାଯାଇଛି।

ଗୁରୁବାର ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି କୋର୍ଟର ଦୁଇଜଣ ବିଚାରପତିଙ୍କ ଦ୍ୱାରା ହୋଇଛି। ନିର୍ବାଚନରେ ଉପହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଏହି ଆବେଦନରେ ଦାବି କରାଯିବା ସହିତ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ କୁହାଯାଇଛି।

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହାର ରାୟ ପ୍ରଦାନ ଆଜି କରାଯିବ ନାହିଁ। ସମସ୍ତ ପକ୍ଷଙ୍କ ପରାମର୍ଶକୁ ବିଚାର କରାଯିବ। ଏହାପରେ ନିଷ୍ପତ୍ତି ନିଆଯିବ । ଅଗଷ୍ଟ ୧୭ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

 

ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ବିନା ମୂଲ୍ୟରେ ଦ୍ରବ୍ୟ ଏବଂ ସେବା ଯୋଗାଇଦେବା ଏକ ଗୁରତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ଅର୍ଥ ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବା ଉଚିତ। ଟଙ୍କା ନଷ୍ଟ କରିବା ଏବଂ ଲୋକଙ୍କ ମଙ୍ଗଳ ପାଇଁ କାମ କରିବା ମଧ୍ୟରେ ସନ୍ତୁଳନ ରହିବା ଜରୁରୀ। ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କୁ ଏହି ପ୍ରସଙ୍ଗରେ ନିଜର ମତାମତ ଦେବାକୁ କହିଛନ୍ତି।

ଆମ ଆଦମୀ ପାର୍ଟିର ଆଇନଜୀବୀ ଅଭିଷେକ ମନୁ ସିଂଘଭି ଏହି ପ୍ରସଙ୍ଗରେ ଏକ ବିଶେଷଜ୍ଞ କମିଟି ଗଠନକୁ ଅନାବଶ୍ୟକ ବୋଲି କହିଛନ୍ତି। କଲ୍ୟାଣ ଯୋଜନା ଏବଂ ମାଗଣାରେ ଜିନିଷ ଦେବା ମଧ୍ୟରେ ପାର୍ଥକ୍ୟ ଅଛି ବୋଲି ସେ କହିଛନ୍ତି।

 

Share