Categories: ଜାତୀୟ

ଟିଏମସି ଏମପି ମହୁଆ ମୋଇତ୍ରଙ୍କ ବଢିଲା ଅଡୁଆ

ନୂଆଦିଲ୍ଲୀ,୨୦।୧୦: ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବା ପାଇଁ ଟିଏମସି ଏମପି ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି ବୋଲି ହୀରାନନ୍ଦାନି କହିଛନ୍ତି। ହୀରାନନ୍ଦାନି ଅଭିଯୋଗ କରିଛନ୍ତି, ସଂସଦରେ ଆଦାନୀ ଗ୍ରୁପକୁ ନେଇ ପ୍ରଶ୍ନ ପଚାରିବା ପାଇଁ ସାଂସଦ ମହୁଆ ମୈତ୍ର, ବ୍ୟବସାୟୀ ହୀରାନନ୍ଦନୀଙ୍କ ଠାରୁ ଅର୍ଥ ଗ୍ରହଣ କରିଛନ୍ତି । ତେବେ ଲୋକସଭା ଏଥିକ୍ସ କମିଟି ନିକଟରେ ପହଁଚିଛି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଆଫିଡେଫିଟ । ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହଦ୍ରାଇଙ୍କ ବୟାନ ଶୁଣିବା ପରେ ଆସନ୍ତା ଅକ୍ଟୋବର ୨୬ରେ ସାଂସଦ ମହୁଆ ମୋଇତ୍ରଙ୍କୁ ସମନ କରାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛି ଲୋକସଭା ଏଥିକ୍ସ କମିଟି ।
ମୋଇତ୍ର ସଂସଦରେ ପ୍ରଶ୍ନ ପଚାରିବାକୁ ଲାଞ୍ଚ ନେବା ଅଭିଯୋଗରେ ଏବେ ଅଡୁଆ ଭିତରକୁ ଟାଣି ହୋଇଛନ୍ତି ।

ମାମଲାର ତଦନ୍ତ କରୁଥିବା ଲୋକସଭା ଏଥିକ୍ସ କମିଟି ପାଖରେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ସତ୍ୟପାଠ ପହଞ୍ଚିଛି। ଭାଜପା ଏମପି ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି ଯେ, ସଂସଦରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ବ୍ୟବସାୟୀ ହୀରାନନ୍ଦାନୀଙ୍କ ଠାରୁ ଅର୍ଥ ନେଇଛନ୍ତି । ଏପରିକି ମହୁଆ ହୀରାନନ୍ଦାନୀଙ୍କୁ ତାଙ୍କ ଲୋକସଭା ୱେବସାଇଟର ଆଇଡି ଓ ପାସୱାର୍ଡ ଦେଇଥିବା ଭାଜପା ଏମପି ଅଭିଯୋଗ କରିଛନ୍ତି । କୌଣସି ବ୍ୟକ୍ତିଙ୍କୁ ଲୋକସଭା ୱେବସାଇଟର ଲଗ ଇନ ଆଇଡି ଓ ପାସୱାର୍ଡ ଦେବା ଏକ ଅପରାଧ ବୋଲି ଏଥିକ୍ସ କମିଟିର ମୁଖ୍ୟ ବିନୋଦ ସୋନକର କହିଛନ୍ତି। ଆବଶ୍ୟକ ପଡ଼ିଲେ ମହୁଆଙ୍କୁ ପଚରାଉଚରା କରାଯିବ ବୋଲି ସେ କହିଛନ୍ତି ।

Share