ଚାଷୀଙ୍କୁ ଉପହାର, ବଢ଼ିଲା ରବି ଫସଲ ଏମ୍‌ଏସ୍‌ପି…

ନୂଆଦିଲ୍ଲୀ,୮।୯: କନ୍ଦ୍ର ସରକାର ଚାଷୀଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି। ଏହା ଅନ୍ତର୍ଗତ ରବି ଫସଲରେ ସର୍ବନିମ୍ନ୍‌ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କୁ ବୃଦ୍ଧି କରାଯାଇଛି। ଗହମର ଏମ୍‌ଏସ୍‌ପିରେ ୪୦ ଟଙ୍କା ବୃଦ୍ଧି ହୋଇଛି। ଫଳରେ ଏହା ଏବେ କ୍ୱିଣ୍ଟାଲ ପିଛା ୨୦୧୫କୁ ବୃଦ୍ଧି ପାଇଛି।

ସେହିପରି ଯଅ ମୂଲ୍ୟରେ କ୍ୱିଣ୍ଟାଲ ପିଛା ୩୫ ଟଙ୍କା ବୃଦ୍ଧି ଘଟିଛି। ଏବେ ଯଅ ମୂଲ୍ୟ ୧୬୩୫ ଛୁଇଁଛି। ଚଣାର ମୂଲ୍ୟରେ ୧୩୦ ଟଙ୍କା ବୃଦ୍ଧି ହୋଇଛି। ଫଳରେ ଏହାର କ୍ୱିଣ୍ଟାଲ ପିଛା ଦାମ ୫୨୩୦ରେ ପହଞ୍ଚିଛି। ମସୁର ଏବଂ ସୋରିଷର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପିଛା ୪୦୦ ଟଙ୍କା ବଢ଼ିଛି। ଫଳରେ ମସୁର ଏବେ କ୍ୱିଣାଲ ପିଛା ୫,୫୦୦ ଟଙ୍କା ଏବଂ ସୋରିଷ ୫,୦୫୦ରେ ପହଞ୍ଚିଛି। ଶୋ ଫ୍ଲାଓ୍ବାରର ଏମ୍‌ପିରେ ୧୧୪ ଟଙ୍କା ବଢ଼ି ଏହା ୫,୪୪୧ ଛୁଇଁଛି।

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରା ମଧ୍ୟ ଦିଆଯାଇଛି। ଏପରିସ୍ଥଳେ ସରକାର ଏମ୍‌ଏସ୍‌ପି ବୃଦ୍ଧି କରିଥିବାରୁ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share