ବିମାନବନ୍ଦରରେ ଗିରଫ ହେଲେ ସୁପରମଡେଲ ଗିଗି ହଦିଦ, ଲାଗିଲା ୧ ହଜାର ଡଲାରର ଜରିମାନା

କେମାନ,୧୯।୭: ପ୍ରସିଦ୍ଧ ସୁପରମଡେଲ ଗିଗି ହଦିଦଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ କେମାନ ଦ୍ୱୀପପୁଞ୍ଜରେ ଗଞ୍ଜେଇ ରଖିଥିବା ଅଭିଯୋଗ ପରେ ତାଙ୍କ ବନ୍ଧୁଙ୍କ ସହ ହାଦିଦଙ୍କୁ ଗିରଫ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଗିଗି ଜୁଲାଇ ୧୦ରେ ତାଙ୍କ ବନ୍ଧୁ ଲିଆ ମାକାର୍ଥୀଙ୍କ ସହ ଗ୍ରାଣ୍ଡ କେମାନର ଓଭେନ ରୋବର୍ଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ, ଯେଉଁଠାରେ ସେମାନଙ୍କ ପାଖରୁ ଗଞ୍ଜେଇ ଜବତ କରାଯାଇଥିଲା।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯେତେବେଳେ କଷ୍ଟମ୍ସ ଅଧିକାରୀ ଗିଗିଙ୍କ ଲଗେଜ ସ୍କାନ କରିଥିଲେ, ସେତେବେଳେ ସେମାନେ ଗଞ୍ଜେଇ ଜବତ କରିଥିଲେ। ଏହା ପରେ ମଡେଲ-ଅଭିନେତ୍ରୀଙ୍କୁ ଗଞ୍ଜେଇ ଜବତ ଏବଂ ଆମଦାନୀ ଅଭିଯୋଗରେ ଗିରଫ କରାଯାଇଥିଲା। ଜୁଲାଇ ୧୨ରେ ଗିଗି ଏବଂ ତାଙ୍କ ବନ୍ଧୁ ଲିଆଙ୍କୁ ସମରୀ କୋର୍ଟରେ ହାଜର ହୋଇଥିଲେ ଏବଂ ଅଧିକାରୀମାନେ ଏହି ଅଭିଯୋଗରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ଅଭିଯୋଗ ପାଇଁ ଗିଗି ଏବଂ ତାଙ୍କ ବନ୍ଧୁ ଲିଆଙ୍କ ଉପରେ ୧ ହଜାର ଡଲାର ଜରିମାନା କରାଯାଇଛି।

Share