ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସ୍‌ପି

କଟକ ଅଫିସ,୧୫।୨: ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସ୍‌ପି ଧରାପଡ଼ିଛନ୍ତି। ମଙ୍ଗଳବାର ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ଏକାସାଙ୍ଗେ କଟକ , କୋରାପୁଟ, ଯାଜପୁର, ଭୁବନେଶ୍ୱରସ୍ଥିତ ଘରେ ଚଢ଼ାଉ ଜାରି ରହିଛି । ତେବେ ଜବତ ସମ୍ପତ୍ତି ନେଇ ସବିଶେଷ ତଥ୍ୟ ମିଳିପାରି ନାହିଁ। ମିଶ୍ରଙ୍କ ଯାଜପୁର ଜିଲାର ୫ଟି ସ୍ଥାନରେ ଚଢାଉ ହେଉଛି । ଚଣ୍ଡିଖୋଲ ସ୍ଥିତ ଶାନ୍ତିଲତା କେୟାର, ଟ୍ରାନ୍ସପୋର୍ଟ, ଫାର୍ମ ହାଉସ, ତାଙ୍କ ଶ୍ୱଶୁର ଘରେ ମଧ୍ୟ ଚଢ଼ାଉ ହୋଇଛି ।

Share