ପାକିସ୍ତାନୀଙ୍କ ଟୁଇଟର ଆକଉଣ୍ଟ ବନ୍ଦ, କାରଣ କହିଲେ ଶହବାଜ ସରକାର

ଇସଲାମାବାଦ,୧୦।୭: ପାକିସ୍ତାନର ଗିଲଗିଟ-ବଲ୍ଟିସ୍ତାନରେ ଜୁଲାଇ ୯ ଅର୍ଥାତ୍‌ ରବିବାର ଟୁଇଟର ପକ୍ଷରୁ ପାକିସ୍ତାନ ଆକାଉଣ୍ଟକୁ ବନ୍ଦ କରିଥିବା ଦାବି କରାଯାଇଥିଲା। ସେଠାକାର ଲୋକେ ଅଭିଯୋଗ କରିଥିଲେ କି ସେମାନଙ୍କ ଆକାଉଣ୍ଟର ଲୋକେଶନ ଭାରତର ଅଂଶ ଥିବା ଜମ୍ମୁ-କଶ୍ମୀର ଅଞ୍ଚଳକୁ ଦର୍ଶାଉଛି। ଏବେ ଟୁଇଟର ଆକାଉଣ୍ଟରେ ଗଡବଡକୁ ନେଇ ପାକିସ୍ତାନ ଟେଲିକମ୍ୟୁନିକେଶନ ଅଥରିଟି(ପିଟିଏ) ପକ୍ଷରୁ ବୟାନ ସାମ୍ନାକୁ ଆସିଛି।

ପିଟିଏ କହିଛି ସୋସିଆଲ ମିଡିଆ ଓ ସମାଚାରରେ ଦେଖାଯାଇଛି କି ଟୁଇଟର ଗିଲଗିଟ-ବଲ୍ଟିସ୍ତାନରେ ପାକିସ୍ତାନ ସରକାରଙ୍କ ଅଫିସିଆଲ ଆକାଉଣ୍ଟକୁ ବ୍ଲକ କରିଦିଆଯାଇଛି। ସେଠାରେ କିଛି ଭାରତୀୟ ଲୋକେଶନକୁ ଦେଖାଯାଇଛି। ହେଲେ ଗମ୍ଭିରତାର ସହ ଯାଞ୍ଚ ପରେ ଜଣାପଡିଛି କି ଏମିତି କୌଣସି ଭୁଲ ହୋଇନାହିଁ, ଯେମିତି ମିଡିଆରେ ଦେଖାଯାଉଛି।

Share