Categories: ଖେଳ

ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ ଗିଲ

ମୋହାଲି,୨୩।୯: ଭାରତୀୟ କ୍ରିକେଟର ଶୁଭମନ ଗିଲ ଘରୋଇ ମଇଦାନରେ ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ଦିନିକିଆରେ ୭୪(୬୩) ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସରେ ଗିଲ ୩୭ ବଲ୍‌ରେ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କ ଦିନିକିଆ କ୍ୟାରିୟରର ଏହା ନବମ ଅର୍ଦ୍ଧଶତକ ଥିଲା। ଏହାଛଡ଼ା ଦିନିକିଆ କ୍ୟାରିୟରରେ ସେ ୫ ଶତକ ମଧ୍ୟ ମାରିଛନ୍ତି। ଏହିଭଳି ଭାବେ ସେ ୧୪ ଥର ୫୦ ରନ୍‌ରୁ ଅଧିକ ରନ୍‌ ସ୍କୋର କରିଛନ୍ତି। ଗିଲ ଏହି ୧୪ରୁ ୧୩ ଇନିଂସ ଓପନିଂ କରିବା ବେଳେ ଖେଳିଛନ୍ତି। ଏଭଳି ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦିନିକିଆରେ ଓପନିଂ କରି ପ୍ରାରମ୍ଭର ୩୦ ଇନିଂସରେ ସର୍ବାଧିକ ୫୦ରୁ ଅଧିକ ସ୍କୋର କରିଥିବା ପ୍ରଥମ ଭାରତୀୟ କ୍ରିକେଟର ପାଲଟିଛନ୍ତି। ଦିନିକିଆରେ ଓପନର୍‌ ଭାବେ ସଚିନ ପ୍ରଥମ ୩୦ ଇନିଂସରେ ୧୨ ଥର ୫୦ ରନ୍‌ରୁ ଅଧିକ ସ୍କୋର କରିଥିଲେ। ଏହି ତାଲିକାରେ ତୃତୀୟ ସ୍ଥାନରେ ରୋହିତ ଶର୍ମା ଏବଂ ଶିଖର ଧାଓ୍ବନ ଅଛନ୍ତି। ଉଭୟ ଆରମ୍ଭର ୩୦ ଇନିଂସରେ ୧୦ ଥର ୫୦ରୁ ଅଧିକ ରନ୍‌ର ଇନିଂସ ଖେଳିଛନ୍ତି।

Share