Categories: ଖେଳ

ଗିଲ୍‌, କିଶନଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ଦୁବାଇ,୧୦ା୮(ପି.ଟି.): ଆଇସିସି ପକ୍ଷରୁ ଦିନିକିଆ ର଼୍ୟାଙ୍କିଙ୍ଗ ତାଲିକା ବୁଧବାର ପ୍ରକାଶ ପାଇଥିବା ବେଳେ ଭାରତୀୟ ଓପନିଙ୍ଗ ବ୍ୟାଟର ଶୁବମନ ଗିଲ୍‌ ଓ ଇଶାନ କିଶନଙ୍କୁ ମିଳିଛି କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ। ଗିଲ୍‌ ଦୁଇଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ଏହା ସହିତ ୭୪୩ ପଏଣ୍ଟ ହାସଲ କରି ପାକିସ୍ତାନର ବାବର ଆଜମ, ଫଖର ଜମାନ୍‌ ଓ ଇମାମ୍‌ ଉଲ ହକ୍‌ଙ୍କ ପାଖା ପାଖି ପହଞ୍ଚିଛନ୍ତି ଗିଲ୍‌। ବାବର ଆଜମ୍‌ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଜମାନ୍‌ ୭୫୫ ପଏଣ୍ଟ ସହିତ ତୃତୀୟ ଓ ଇମାମ୍‌ ଉଲ୍‌ ହକ୍‌ ୭୪୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅନ୍ୟ ପକ୍ଷରେ ଇଶାନ୍‌ କିଶନ୍‌ ୯ ସ୍ଥାନ ଉପରକୁ ଉଠି ୩୬ ତମ ସ୍ଥାନରେ ପହଞ୍ଚିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୧୦ସ୍ଥାନ ଉପରକୁ ଉଠି ବ୍ୟାଟରଙ୍କ ତାଲିକାରେ ୭୧ତମ ସ୍ଥାନରେ ପହଞ୍ଚିଛନ୍ତି।
ଦିନିକିଆରେ ବୋଲରଙ୍କ ମଧ୍ୟରେ କୁଲଦୀପ ଯାଦବ ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ୭ ଉଇକେଟ ନେଇଥିବା କୁଲଦୀପ ୪ ସ୍ଥାନର ଉନ୍ନତି ସହ ୧୦ ନମ୍ବର ସ୍ଥାନରେ ରହିଛନ୍ତି। ଅନ୍ୟ ପକ୍ଷରେ ସିମର ଶାର୍ଦ୍ଦୂଳ ଠାକୁର ୩ ସ୍ଥାନ ଉପରକୁ ଉଠି ୩୦ ତମ ସ୍ଥାନରେ ପହଞ୍ଚିଛନ୍ତି। ଅଲରାଉଣ୍ଡରଙ୍କ ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟା ୧୧ତମ ସ୍ଥାନରେ ପହଞ୍ଚିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ପଦାର୍ପଣ କରିଥିବା ତିଳକ ବର୍ମା ଟି୨୦ ବ୍ୟାଟରଙ୍କ ମଧ୍ୟରେ ୪୬ତମ ସ୍ଥାନ ହାସଲ କରିଛନ୍ତି।

Share