Categories: ଖେଳ

‘ଗିଲ ହେ କି ମାନତା ନେହିଁ’

ହାଇଦ୍ରାବାଦ,୧୮।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଚମକିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ। ବିସ୍ଫୋରକ ବ୍ୟାଟିଂ କରି ସେ ନିଜର ଦ୍ୱିଶତକ ପୂରଣ କରିଛନ୍ତି। ଏହି ସଫଳତାକୁ ନେଇ ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ଫିଲ୍ମର ପୋଷ୍ଟର ଶେୟାର କରି ପ୍ରତିକ୍ରିୟା ରଖିଛନ୍ତି। ଫିଲ୍ମି ମିମ୍‌ ଶେୟାର କରି ସେ ଲେଖିଛନ୍ତି ‘ଗିଲ୍‌ ହେ କି ମାନତା ନେହିଁ। ଶୁଭମନ ଗିଲଙ୍କ ଉଲ୍ଲେଖନୀୟ ଦ୍ୱିଶତକ’।

ତେବେ ୨୩ ବର୍ଷୀୟ ଶୁଭମନ ନିଜର ଦ୍ୱିଶତକୀୟ ଇନିଂସରେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ଏବେ ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ କମ୍‌ ବୟସରେ ଦ୍ୱିଶତକ ମାରିଥିବା ଖେଳାଳି ପାଲଟିଛନ୍ତି। ଏହି ମାମଲାରେ ସେ ଇଶାନଙ୍କୁ ପଛରେ ପକାଇଛନ୍ତି। ପ୍ରାୟ ୬ ସପ୍ତାହ ପୂର୍ବେ ବାଲାଂଦେଶ ବିପକ୍ଷରେ ଇଶାନ ଦ୍ୱିଶତକ ମାରିଥିଲେ।

Share