Categories: ଖେଳ

ଶୁବମନ୍‌, ଶ୍ରେୟସଙ୍କ ଶତକ

ଇନ୍ଦୋର,୨୪।୯: ଇନ୍ଦୋରର ହୋଲକର ଷ୍ଟାଡିୟମରେ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ଆମନ୍ତ୍ରଣ ପାଇଁ ବ୍ୟାଟିଂ ଆରମ୍ଭ କରିଛି। ହେଲେ ବ୍ୟାଟର ଶୁବମନ୍‌ ଗିଲ ଏବଂ ଶ୍ରେୟସ ଆୟରଙ୍କ ଦମ୍‌ଦାର ଶତକ ବଳରେ ଭାରତ ଏକ ବଡ଼ ସ୍କୋର ଆଡକୁ ଗତି କରୁଛି। ୩୩ ଓଭର ଖେଳ ସୁଦ୍ଧା ଭାରତ ୨ ଉଇକେଟ ହରାଇ ୨୩୦ ରନ୍‌ କରିଛି। ଶୁବମନ୍‌ ୯୭ ବଲ୍‌ ଖେଳି ୬ ଚୌକା ଏବଂ ୪ ଛକା ସହାୟତାରେ ୧୦୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଶ୍ରେୟସ ୯୨ ବଲ୍‌ ଖେଳି ୧୧ ଚୌକା ଏବଂ ୩ ଛକା ସହାୟତା ୧୦୫ ରନ୍‌ କରିଥିଲେ। ଅଧିନାୟକ କେ.ଏଲ ରାହୁଲ ୯ ରନ୍‌ କରିଛନ୍ତି। ଭାରତ ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତି ୧-୦ ସିରିଜ ଅଗ୍ରଣୀ ହାସଲ କରିଛି। ଇନ୍ଦୋରରେ ମ୍ୟାଚ୍‌ ଜିତି ସିରିଜ ବିଜୟ ଲକ୍ଷ୍ୟରେ ଭାରତ ଆଶାବାଦୀ ରହିଛି।

 

Share