Categories: ଖେଳ

ଗିଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ: ଜିମ୍ବାଓ୍ବେକୁ ୧୮୩ ରନ୍‌ର ଟାର୍ଗେଟ୍‌

ହରାରେ,୧୦।୭: ଭାରତ ଜିତିବା ପାଇଁ ଜିମ୍ବାୱେକୁ ୧୮୩ ରନ୍‌ର ଲକ୍ଷ୍ୟ ଦେଇଛି। କ୍ୟାପଟେନ ଶୁବମନ ଗିଲ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୯ ବଲ ସମ୍ମୁଖରେ ୬୬ ରନ ସ୍କୋର କରିଥିଲେ। ଗିଲଙ୍କ ଏହି ଇନିଂସରେ ୭ ଚୌକା ଓ ୩ ଛକା ସାମିଲ ଥିଲା। ରିତୁରାଜ ତାଙ୍କର ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ସେ ୨୮ ବଲରେ ୪୯ ରନ ସଂଗ୍ରହ କରିଥିଲେ। ଗାଇକ୍ୱାଡଙ୍କ ଏହି ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ୩୬ ରନ ସ୍କୋର କରିବା ପରେ ଯଶସ୍ବୀ ଜୟସ୍ବାଲ ଆଉଟ ହୋଇଥିଲେ। ସଞ୍ଜୁ ସାମସନ ୧୨ ରନ ସ୍କୋର କରି ଅପରାଜିତ ରହିଥିଲେ।

ଜିମ୍ବାୱେ ପାଇଁ ବୋଲିଂ କରି ଅଧିନାୟକ ସିକନ୍ଦର ରାଜା ୪ ଓଭରରେ ୨୪ ରନ ଦେଇ ୨ ଉଇକେଟ ନେଇଥିଲେ। ବ୍ଲେସିଙ୍ଗ ୪ ଓଭରରେ ୨୫ ରନ ପାଇଁ ୨ ଉଇକେଟ ନେଇଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ସଫଳ ହୋଇପାରି ନ ଥିଲେ। ୱେଲିଙ୍ଗଟନ ୩ ଓଭରରେ ୨୫ ରନ ଦେଇଥିଲେ।

Share