ଗିଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ,ଏଲ୍‌ଏସ୍‌ଜି ପାଇଁ ବିଜୟ ଲକ୍ଷ୍ୟ ୧୪୫ …

ମୁମ୍ବାଇ, ୧୦।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ରର ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଜିଟି ଟିମ୍‌ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଲ୍‌ଏସ୍‌ଜି ଟିମ୍‌ ଅଧିନାୟକ କେ.ଏଲ୍‌. ରାହୁଲଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଥିଲା।

ନିଦ୍ଧାରିତ ୨୦ ଓଭରରେ ଜିଟି ଟିମ୍‌ ୪ ଓ୍ବିିକେଟ ହରାଇ ୧୪୪ ରନ୍‌ କରିଛି। ଫଳରେ ଏଲ୍‌ଏସ୍‌ଜି ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍‌ ରହିଛି।

ଜିଟି ପକ୍ଷରୁ ଡେଭିଡ୍‌ ମିଲର ୨୪ ବଲ୍‌ରେ ୨୬ ରନ୍‌ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲ୍‌ରେ ୧୧ ରନ୍‌ କରିଛନ୍ତି। ସେହିପରି ଶୁବମନ୍‌ ଗିଲ୍‌ ବିସ୍ଫୋରକ ବ୍ୟାଟିଂ କରି ୪୯ ବଲ୍‌ରେ ୬୩ ରନ୍‌ କରି ଅପରାଜିତ ରହିଛନ୍ତି। ଅପରପକ୍ଷରେ ମ୍ୟାଥ୍ୟୁ ଓ୍ବାଡେ ୭ ବଲ୍‌ରେ ୧୦ ରନ୍‌ କରିଛନ୍ତି।

Share