Categories: ଖେଳ

ଗିଲ୍‌ଙ୍କ ବିସ୍ଫୋରକ ଶତକ: ନ୍ୟୁଜିଲାଣ୍ଡକୁ ୨୩୫ ରନ୍‌ର ଟାର୍ଗେଟ୍‌

ଅହମ୍ମଦାବାଦ୍‌,୧।୨: ଭାରତ ଏବଂ ନ୍ୟୁଜିଲାଣ୍ଡ ଖେଳାଯାଉଥିବା ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଶୁଭମନ୍‌ ଗିଲ୍‌ଙ୍କ ବିସ୍ଫୋରକ ଶତକ ଆଧାରରେ ନ୍ୟୁଜିଲାଣ୍ଡକୁ ୨୩୫ ରନ୍‌ର ଟାର୍ଗେଟ୍‌ ଦେଇଛି ଭାରତ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ୨୦ ଓଭରରେ ଚାରି ଉଇକେଟ ହରାଇ ୨୩୪ ରନ ସଂଗ୍ରହ କରିଛି। ଟିମ ଇଣ୍ଡିଆ ପାଇଁ ଶୁଭମନ ସର୍ବାଧିକ ୬୩ ବଲ୍‌ରେ ଅପରାଜିତ ୧୨୬ ରନ ସଂଗ୍ରହ କରିଥିଲେ। ସେ ନିଜ ଇନିଂସରେ ୧୨ ଚୌକା ଓ ୭ ଛକା ମାରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ୍‌ ୨୦୦.୦୦ ଥିଲା। ଗିଲ ଟେଷ୍ଟ ଏବଂ ଦିନିକିଆ ପରେ, ଟି -୨୦ ଫର୍ମାଟରେ ମଧ୍ୟ ଶତକ ହାସଲ କରିଛନ୍ତି। ଗିଲଙ୍କ ବ୍ୟତୀତ ରାହୁଲ ତ୍ରିପାଠୀ ୪୪, ସୂର୍ଯ୍ୟକୁମାର ଯାଦବ ୨୪, ହାର୍ଦ୍ଦିକ ପାଣ୍ଡ୍ୟା ୩୦ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ବ୍ରେସଓ୍ବେଲ, ବ୍ଲେୟାର୍‌ ଟିକ୍‌ନର୍‌, ଇଶ୍‌ ସୋଧି, ଡ୍ୟାରେଲ୍‌ ମାଇକେଲ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।

Share