Categories: ଖେଳ

ଆଇପିଏଲରେ ଶୁଭମାନଙ୍କ ପ୍ରଥମ ଶତକ

ଅହମ୍ମଦାବାଦ,୧୫।୫: ଆଇପିଏଲ ୨୦୨୩ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ସୋମବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗୁଜରାଟ ବ୍ୟାଟିଂ କରିଥିଲା। ତେବେ ଶୁଭମାନ ଗିଲ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଇପିଏଲ କ୍ୟାରିୟରର ପ୍ରଥମ ଶତକ କରିଛନ୍ତି। ସେ ୫୮ ବଲରେ ୧୦୧ ରନ କରିଛନ୍ତି। ଏହି ସମୟରେ ଗିଲଙ୍କ ବ୍ୟାଟରୁ ୧୩ ଚୌକା ଏବଂ ଗୋଟିଏ ଛକା ମାରିଛନ୍ତି।

Share