Categories: ବାଣିଜ୍ୟ

‘ଯକୃତରୋଗ ଦୂରକରେ ଗିଲୋୟ’

ଭୁବନେଶ୍ୱର,୧।୨(ଅନୁରାଧା ମହାରଣା): ଗିଲୋୟ (ଟିନୋସପୋରା କର୍ଡିଫୋଲିଆ)ର ହେପାଟୋପ୍ରୋଟେକ୍ଟିଭ ବା ଯକୃତକୁ ସୁସ୍ଥ ରଖିବାର କ୍ଷମତା ଏବଂ ଅନ୍ୟାନ୍ୟ ଉପକାରିତାକୁ ୟୁକେ ପକ୍ଷରୁ ଗ୍ରହଣ କରାଯାଇଛିି। ୟୁକେର ପ୍ରସିଦ୍ଧ ଗବେଷଣା ପତ୍ରିକା ‘ଜର୍ନାଲ ଅଫ୍‌ ଦି ରୟାଲ ଫାର୍ମାସ୍ୟୁଟିକାଲ ସୋସାଇଟି ଅଫ୍‌ ଗ୍ରେଟ୍‌ ବ୍ରିଟେନ’ରେ ପ୍ରକାଶିତ ହୋଇଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ‘ଜର୍ନାଲ ଅଫ୍‌ ଫାର୍ମାସି ଏବଂ ଫାର୍ମାକୋଲୋଜି’ରେ ପ୍ରକାଶିତ ହୋଇଛି। ଗିଲୋୟ ଉପରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ ଏହା ଯକୃତକୁ ସୁସ୍ଥ ରଖିବା ସହିତ ଶରୀରର କୋଷଗୁଡ଼ିକର ଅବକ୍ଷୟକୁ ରୋକିବାରେ ଏବଂ ଯକୃତକୁ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଥାଏ। ଗିଲୋୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଦୈନିକ ଗିଲୋୟ ଆହାର କରି ଅନେକ ରୋଗରୁ ମୁକ୍ତି ମିଳିପାରେ। ଏହି ଅବସରରେ ଆଚାର୍ଯ୍ୟ ବାଲକ୍ରିଷ୍ଣା ଜୀ ମହାରାଜ କହିଛନ୍ତି, ପ୍ରାଚୀନ କାଳରୁ ରକ୍ତ ଶୁଦ୍ଧତା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଗିଲୋୟ ପାରମ୍ପରିକ ଭାବରେ ବ୍ୟବହୃତ ହେଉଥିଲା। ଆଚାର୍ଯ୍ୟ କହିଛନ୍ତି, ପତଞ୍ଜଳି ଆୟୁର୍ବେଦକୁ ସର୍ବଦା ପ୍ରାଧାନ୍ୟ ଦେଇଥାଏ। କରୋନା ଅବଧିରେ, ଗିଲୋୟ ବିଷୟରେ ଭୁଲ୍‌ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା ଯେ ଗିଲୋୟର ଅତ୍ୟଧିକ ବ୍ୟବହାର ଯକୃତ ଉପରେ ଖରାପ ପ୍ରଭାବ ପକାଇଥାଏ। ମାତ୍ର ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଗିଲୋୟ ଉପରେ ଅନୁସନ୍ଧାନ କରିଥିଲେ ଏବଂ ଏହାକୁ ପ୍ରମାଣ ସହିତ ଉପସ୍ଥାପନ କରିଥିଲେ। ଗିଲୋୟ କରୋନିଲର ଏକ ପ୍ରମୁଖ ଉପାଦାନ ହୋଇଥିବାବେଳେ କରୋନା ମୁକାବିଲାରେ ଏହା ସହାୟକ ହୋଇପାରିଛି।

Share