Categories: ଫୁରସତ

୮୦୦ବର୍ଷର ସୁନା ଗଛ, ଦେଖି ଆଶ୍ଚର୍ଯ୍ୟ ହେବେ…

ସମୟ ସାଙ୍ଗକୁ ପୃଥିବୀରେ ହ୍ରାସ ପାଉଛି ଗଛ। ଗଛ କଟା ହେବା ଯୋଗୁ ଗ୍ଲୋବାଲ ଓ୍ବାର୍ମିଂ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କେଉଁଠି ଜଙ୍ଗଲ ସଫା କରାଯାଉଛି ତ ଅନେକ ସ୍ଥାନରେ ସହର ନିର୍ମାଣ କରାଯାଉଛି। କିନ୍ତୁ ମନୁଷ୍ୟ ଜାଣିବା ଦରକାର ମାନବିକତା ପାଇଁ ଗଛ ଏବଂ ଉଦ୍ଭିଦ ଗୁରୁତ୍ୱପୂର୍ଣ୍ଣ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି ଏକ ଗଛ ରହିଛି ଯାହା ୮୦୦ବର୍ଷ ପୁରୁଣା। ଏହି ଗଛଟି ହେଉଛି ଗୋଲଡେନ ଟ୍ରି ବା ସୁନାର ଗଛ । ଯାହା ଦେଖିବାକୁ ଖୁବ୍‌ ସୁନ୍ଦର।

ଏହି ଗୋଲଡେନ ଟ୍ରିର ନାମ ହେଉଛି ‘ଗିଙ୍କଗୋ ଗଛ’। ଦକ୍ଷିଣ କୋରିଆର ବଙ୍ଗୟେ-ରି ଗ୍ରାମରେ ଏହି ଗଛଟି ଅଛି। ଏହି ଗଛଟି ୮୦୦ ବର୍ଷ ପୁରୁଣା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗଛର ରଙ୍ଗ ସବୁଜ ନୁହେଁ ସୁନା ପରି ହଳଦିଆ ରଙ୍ଗର। ଯାହାଦ୍ୱାରା ଆକର୍ଷିତ ହୋଇ ଦୂରଦୂରରୁ ବହୁ ପର୍ଯ୍ୟଟକ ଏହି ଗାଁକୁ ଆସିଥାନ୍ତି। ଗଛଟିର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି କି, ଡାଇନୋସର ସମୟରୁ ଏହି ଗଛ ପୃଥିବୀରେ ରହିଛି। ଏହି ଗଛର ପତ୍ରକୁ ଚାଇନାରେ ପାରମ୍ପାରିକ ଔଷଧ ତିଆରିରେ ବ୍ୟବହାର କରାଯାଏ।

Share