Categories: ଫୁରସତ

ହାଡ଼ ଖାଉଛି ଜିରାଫ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭିଡିଓ ଶେୟାର ହେଉଛି। ଯେଉଁଥିରେ ପ୍ରାଣୀମାନଙ୍କ ଅନେକ ଭିଡିଓ ରହିଛି। ଶାକାହାରୀ ପ୍ରାଣୀ ଅନେକ ସମୟରେ ସାପ ଖାଉଥିବା ନଜର ଆସିଛି। ପୂବରୁ ଆଇଏଫଏସ୍‌ ସୁଶାନ୍ତ ନନ୍ଦା ଏକ ଭିଡିଓ ଶେୟାର କରିଥିଲେ। ଯେଉଁଥିରେ ଏକ ହରିଣ ସାପ ଚୋବାଉଥିବା ନଜର ଆସିଥିଲା। ବର୍ତ୍ତମାନ ସେ ଆଉ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଠାରେ ଏକ ଜିରାଫ ହାଡ ଚୋବାଉ ଥିବା ଦେଖିବାକୁ ମିଳୁଛି। ପ୍ରକୃତିର ଆଶ୍ଚର୍ଯ୍ୟ ଘଟଣା ଯେଉଁଥିରେ ଶାକାହାରୀ ପ୍ରାଣୀ ଖାଦ୍ୟ ପାଇଁ ମାଂସାାଂରୀ ହୋଇ ପାରନ୍ତି। ଆଇଏଫଏସ୍‌ଙ୍କ ଏହି ଭିଡିଓ ଲୋକଙ୍କ ଦ୍ୱନ୍ଦ ଦୂର କରି ପାରିଛି।

Share