Categories: ଫୁରସତ

ଜିରାଫ ନା ଜେବ୍ରା!

ଇଏ ଏମିତି ଏକ ପ୍ରାଣୀ ଯାହାକୁ ଦେଖିଲେ ଯେକେହି ଦ୍ୱନ୍ଦ୍ୱରେ ପଡିଯିବେ। ଆଉ ଘଡିଏ ଅପଲକ ନୟନରେ ଚାହିଁବେ। ଭାବିବେ ପ୍ରକୃତରେ ଏହା ଏକ ଜିରାଫ ନା ଜେବ୍ରା। କାରଣ ଏହାର ମୁହଁକୁ ଦେଖିଲେ ଲାଗିବ ଏହା ଏକ ଜିରାଫ କିନ୍ତୁ ଶରୀରର ପଛଭାଗର କଳାଧଳା ଚିତ୍ରିତ ପଟିକୁ ଦେଖିଲେ ଲାଗିବ ଏହା ଏକ ଜେବ୍ରା। ଏହି ପ୍ରାଣୀ ଶରୀରର ମଝିଭାଗ କିନ୍ତୁ କଳା ଅବା ବାଦାମୀ ରଙ୍ଗର ହୋଇଥାଏ। ତେବେ ଉକ୍ତ ଅଜବ ପ୍ରାଣୀଟି ହେଉଛି ‘ଓକାପି’। ଏହାକୁ ଫରେଷ୍ଟ ଜିରାଫ, କଙ୍ଗୋଲିଜ୍‌ ଜିରାଫ, ଜେବ୍ରା ଜିରାଫ ମଧ୍ୟ କୁହାଯାଏ। ମଧ୍ୟ ଆଫ୍ରିକାର କଙ୍ଗୋରେ ଏହି ଅଜବ ପ୍ରାଣୀ ଦେଖିବାକୁ ମିଳନ୍ତି। ଏହାର ଉଚ୍ଚତା ୪.୯ଫୁଟ୍‌, ଶରୀରର ଲମ୍ବ ୮.୨ ଫୁଟ୍‌ ଓ ଓଜନ ୨୦୦-୩୫୦କି.ଗ୍ରା. ହୋଇଥାଏ। ଏହାର ଏକ ଲମ୍ବା ବେକ ଓ ବଡ କାନ ଥାଏ। ଏମାନେ ଶାକାହାରୀ। ଏହା ଜିରାଫ ପ୍ରଜାତିର ପ୍ରାଣୀ ଅଟନ୍ତି।

Share