ଭୀମପାହାଡରେ ଗିରିଗୋବର୍ଦ୍ଧନ ପୂଜା

ଦେଓଗାଁ,୧୭ା୧୧(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମପାହାଡ ପାଦଦେଶରେ ସୋମବାର ଗିରିଗୋବର୍ଦ୍ଧନ ପୂଜା ସମ୍ପନ୍ନ ହୋଇଛି ା ମୁଖ୍ୟ ଅତିଥିଭାବେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବ୍ଲକ ଅଧ୍ୟକ୍ଷା ରୀନା ମେହେର, ପୂର୍ବତନ ବ୍ଲକ ଅଧକ୍ଷ ଲକ୍ଷ୍ମଣ କୁମାର ମେହେର, ସ୍ଥାନୀୟ ସରପଞ୍ଚ ବାଳକ ପଧାନ, ପୂର୍ବତନ ପ୍ରାଧ୍ୟାପକ ବିକ୍ରମ କେଶରୀ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ପୂଜା କମିଟି ସଭାପତି ଦୟା ମାହାକୁଡ, ସମ୍ପାଦକ ରାଜେଶ କୁମାର ନାଏକ ତଥା କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ା ପ୍ରତିବର୍ଷ ଭୀମପାହାଡ ମହୋସତ୍ବ ସହ ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ ା ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ନିରାଡମ୍ବର ଭାବେ ପାଳନ କରାଯାଇଛି ା

Share