Categories: ଜାତୀୟ

ମନରେଗା ନେଇ ରାଜ୍ୟକୁ ଚେତାବନୀ ଦେଲେ ଗିରିରାଜ ସିଂ…

ନୂଆଦିଲ୍ଲୀ,୮।୮ : ମନରେଗା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ଦେଶର ରାଜ୍ୟକୁ ଚେତାବନୀ ଦେଇଛନ୍ତି। ରାଜ୍ୟମାନଙ୍କୁ ଏକ ଚିଠି ଲେଖି ସେ କହିଛନ୍ତି ଯେ ମନରେଗା କାର୍ଯ୍ୟକାରୀ କରିବାରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରାଯିବା ଉଚିତ, ନଚେତ୍‌ ଏନେଇ ରାଜ୍ୟ ସରକାର ଦାୟୀ ରହିବେ।

କଂଗ୍ରେସ ସରକାର ସମୟରେ ମନରେଗାରେ ବହୁ ଦୁର୍ନୀତି ହୋଇଥିବାବେଳେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ମନରେଗାର ବଜେଟ ବୃଦ୍ଧି ସହିତ ସ୍ବଚ୍ଛତା ବଢ଼ିଛି।
ମନରେଗା ଅଧୀନରେ ଦିଆଯାଉଥିବା ପାଣ୍ଠିର ବ୍ୟବହାର ତଥା ଏହି ସମ୍ପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବା ଯେପରି ଠିକ ଭାବେ ହେବ ସେ ନେଇ ସେ ଗୁରୁତ୍ୱାରୋପ କରିଛନ୍ତି।

ଇକୋନୋମିକ ଟାଇମ୍ସ ସହିତ ଏକ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ଏହା ରାଜ୍ୟମାନଙ୍କ ପାଇଁ ଶେଷ ଚେତାବନୀ । ଯଦି ସେମାନେ ତଥାପି ପ୍ରକ୍ରିୟା ଅନୁସରଣ କରୁନାହାଁନ୍ତି, ତେବେ ଅକ୍ଟୋବରରେ ଆମେ ସେମାନଙ୍କର ଶ୍ରମ ବଜେଟ ସହିତ ମନରେଗା ବଜେଟ ସଂଯୋଗ କରିବାକୁ ବାଧ୍ୟ ହେବୁ ।

ରିପୋର୍ଟ ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଚିଠି ଲେଖି ମନରେଗାର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ଏବଂ ପ୍ରକ୍ରିୟା ଅନୁସରଣ କରିବାକୁ ଅନୁରୋଧ କରିଛି। କାର୍ଯ୍ୟର ସାମାଜିକ ଅଡିଟ ପାଇଁ ମନରେଗାରେ କୌଣସି ତୃତୀୟ ପକ୍ଷ କିମ୍ବା ସାମାଜିକ ଅଡିଟ ୟୁନିଟ ର ସ୍ବାଧୀନ ନିର୍ଦ୍ଦେଶକ ଦ୍ୱାରା କରାଯିବାକୁ ଏକ ବ୍ୟବସ୍ଥା ଅଛି। ଜଣେ ସ୍ବାଧୀନ ନିର୍ଦ୍ଦେଶକ ନିଯୁକ୍ତ କରିବାକୁ ଏବଂ ସମସ୍ତ ଗ୍ରାମ ପଞ୍ଚାୟତ ପାଇଁ ସାମାଜିକ ଅଡିଟ କରିବାକୁ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଅନୁରୋଧ କରିଛି।

Share