Categories: ଜାତୀୟ

ସିଏଜି ଭାବେ ନିଯୁକ୍ତ ହେଲେ ଜମ୍ମୁ-କଶ୍ମୀରର ପୂର୍ବତନ ଏଲ୍‌ଜି ଗିରୀଶ ମୁର୍ମୁ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଗୁରୁବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ନିଯୁକ୍ତି ମିଳିଛି। ଠିକ୍‌ ଆଜିକୁ ବର୍ଷେ ତଳେ ଜମ୍ମୁ-କଶ୍ମୀରର ବିଭାଜନ ହୋଇ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦ୍ଦାଖ କରାଯାଇଥିଲା। ଏହାପରେ ମୁର୍ମୁଙ୍କୁ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ(ଏଲ୍‌ଜି) ଭାବେ ନିଯୁକ୍ତ କରାଯାଇଥିଲା। ହେଲେ ବୁଧବାର ସେ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ମୁର୍ମୁ ୧୯୮୫ ବ୍ୟାଚର ଗୁଜରାଟ କ୍ୟାଡର ଆଇଏଏସ୍‌। ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୁର୍ମୁଙ୍କୁ ପ୍ରନ୍ସିପାଲ ସେକ୍ରେଟାରୀ ଭାବେ ଚୟନ କରାଯାଇଥିଲା।

Share