ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗିରୀଶ ମୁର୍ମୁ

ଭୁବନେଶ୍ୱର,୩୦।୧୨ (ବ୍ୟୁରୋ):  କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ୍‌ କରିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍‌କାର ଥିଲା। ନବୀନ ମୁର୍ମୁଙ୍କୁ ସ୍ବାଗତ କରିବା ସହ ଉଭୟଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲା। ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ଜଣାପଡି ନାହିଁ। ମୟୂରଭଞ୍ଜ ଜିଲାର ବେତନଟୀରେ ଜନ୍ମିତ ମୁର୍ମୁ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ -କଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ନର ଭାବେ ଦାୟିତ୍ୱ ତୁଲାଇଥିଲେ। ସିଏଜି ନିଯୁକ୍ତ ହେବା ପରେ ପ୍ରଥମ ଥର ଲାଗି ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିଛନ୍ତି।

Share