Categories: ଜାତୀୟ

ଖେଳୁ ଖେଳୁ ଫାଶିରେ ଝୁଲି ପଡ଼ିଲା ୯ ବର୍ଷୀୟା ଝିଅ

ହାଇଦ୍ରାବାଦ,୨୯।୩ : ଗତ ସପ୍ତାହରେ ୯ ବର୍ଷୀୟା ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ହାଇଦ୍ରାବାଦ୍‌ ପୋଲିସ। ଏହି ସନ୍ଦେହଜନକ ମୃତ୍ୟୁ ମାମଲାର ପୋଲିସ ତନାଘନା କରୁଛି। ତେବେ କୁନି ଝିଅଟି ଖେଳୁ ଖେଳୁ ଏଭଳି ଭୁଲ କରିଥାଇପାରେ ବୋଲି ପୋଲିସ ଅଧିକାରୀ କହିଛନ୍ତି।

ହାଇଦ୍ରାବାଦର ସାଇଦାପେଟ ଅଞ୍ଚଳରେ ଖାଜା କଲୋନିରେ ଘରେ ହିଁ ମଙ୍ଗଳବାର ଝୁଲନ୍ତା ଅବସ୍ଥାରେ ମିଳିଥିଲା ନାବାଳିକାଙ୍କ ମୃତଦେହ। ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବାପା-ମା’ ଘଟଣା ସମୟରେ ଘରେ ଉପସ୍ଥିତ ନ ଥିଲେ। ଭାଇ ଓ ଭଉଣୀଙ୍କ ସହ ଖେଳୁଥିବାବେଳେ ନାବାଳିକା ଜଣଙ୍କ ସ୍କିପିଂ ଦୌଡ଼ିରେ ଫାଶି ଲଗାଇ ଦେଇଥିଲେ। ଭାଇ ଓ ଭଉଣୀ ପାଟି କରିବା ଯୋଗୁ ଘରେ ପଡ଼ୋଶୀ ପହଞ୍ଚିଥିଲେ ବୋଲି ସାଇଦାବାଦ ପୋଲିସ ଇନ୍ସପେକ୍ଟର କେ. ଶ୍ରୀନିବାସ କହିଛନ୍ତି।

Share