Categories: ଜାତୀୟ

ନାବାଳକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ନାବାଳିକା

ନୂଆଦିଲ୍ଲୀ,୨୧।୧୨: ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶ ଓ୍ବାନ ଅଞ୍ଚଳରେ ଘରେ କାମ କରୁଥିବା ଜଣେ ୧୪ ବର୍ଷୀୟା ନାବାଳିକା ଆଣିଛନ୍ତି ବଳାତ୍କାର ଅଭିଯୋଗ। ୧୭ ବର୍ଷୀୟ ନାବାଳକ ଓ ତା’ର ୩ ସହଯୋଗୀଙ୍କ ନାମରେ ମାମଲ ଦାୟର କରାଯାଇଛି। ସମସ୍ତ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ।

ଗୋଟେ ସ୍ଥାନରେ ଘର କାମ କଲାବେଳେ ପୀଡ଼ିତା ଉକ୍ତ ନାବାଳକଙ୍କୁ ଭେଟିଥିଲେ। ସେଠାରୁ ଚାକିରୀ ଛାଡ଼ିବା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବନ୍ଧୁତା। ଏହାର ମାସକ ପରେ ଗ୍ରେଟର କୈଳାଶ ସ୍ଥିତ ନୂଆ କାର୍ଯ୍ୟସ୍ଥଳ ଦେଖାଇବା ପାଇଁ ପୀଡ଼ିତାଙ୍କୁ ଡକାଇଥିଲେ ନାବାଳକ ଜଣଙ୍କ, ଯେଉଁଠାରେ ପୂର୍ବରୁ ଉପସ୍ଥିତ ଥିଲେ ୩ ଅଭିଯୁକ୍ତ। ଘରର ସର୍ଭ୍ୟାଣ୍ଟ କ୍ୱାର୍ଟର୍ସରେ ଅନ୍ୟ ୩ ଅଭିଯୁକ୍ତଙ୍କ ସହାୟତାରେ ଉକ୍ତ ୧୭ ବର୍ଷୀୟ ନାବାଳକ ବଳାତ୍କାର କରିଥିଲେ ବୋଲି କହିଛନ୍ତି ପୀଡ଼ିତା। ଫୋନ ଯୋଗେ ରବିବାର ଖବର ପାଇବା ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

Share