ମା’ଙ୍କୁ ଅପହରଣ କରି ବଳାତ୍କାର ପରେ ହତ୍ୟା ଅଭିଯୋଗ ଆଣିଲେ ଝିଅ

ଭଦ୍ରକ ଅଫିସ,୨୫ା୩: ପୂର୍ବରୁ ମୋ ଭଉଣୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ। ଏବେ ମା’ଙ୍କୁ ଅପହରଣ କରି ବଳାତ୍କାର ପରେ ହତ୍ୟା କରି ଟ୍ରେନ୍‌ ଲାଇନରେ ଫିଙ୍ଗି ଦିଆଯାଇଛି। ଏପରିକି ବାପାଙ୍କୁ ଭୟଭୀତ କରାଇ ମା’ଙ୍କ ଟ୍ରେନ୍‌ରେ କଟି ମୃତ୍ୟୁ ଘଟିଥିବା ଲେଖାଇ ଟିପ ଚିହ୍ନ ନେଇଯାଇଛନ୍ତି। ଆମକୁ ନ୍ୟାୟ ଦରକାର l ଏପରି ଅଭିଯୋଗ କରି ଏସ୍‌ପିଙ୍କ ନିକଟରେ ଶନିବାର ଦ୍ୱାରସ୍ଥ ହୋଇଛନ୍ତି ଭଦ୍ରକ ଜିଲା ବାଂଶଡା ଥାନା ଛେ ଗ୍ରାମର ଦେବେନ୍ଦ୍ର ଦାସଙ୍କ ବିବାହିତା ଝିଅ ସସ୍ମିତା ସାହୁ ।
ସୂଚନାଯୋଗ୍ୟ, ଗତ ଫେବୃୟାରୀ ୨୩ରେ ମା’ ଟୁନି ଦାସଙ୍କ ମୃତଦେହ ଟ୍ରେନ୍‌ ଲାଇନ୍‌ କଡ଼ରୁ ମିଳିଥିଲା। ଏନେଇ ବାଂଶଡ଼ା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୫/୨୩) ରୁଜୁ କରିଛି l ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସସ୍ମିତା ଏସ୍‌ପିଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି।

Share