ଝିଅ, ମା,ବାପା ଘରେ ଥିଲେ: ପଡ଼ିଲା ବଜ୍ରପାତ

ବାଲିଗୁଡ଼ା,୩୦।୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ଟିକାବାଲିରେ ଗୁରୁବାର ଅପରାହ୍ନରେ ଘଡଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ବଜ୍ରପାତରେ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା, ବାପା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ମୃତକ ହେଲେ ଟିକାବାଲି ଥାନା ଅଧୀନ ବପଲମେଣ୍ଡି(ବି) ବାହାଡ଼ା ସାହି ପଞ୍ଚାୟତ ଗୁଡାରସାହିର ବିମ୍ବାଧର ବିଷୋୟୀଙ୍କ ଦ୍ୱିତୀୟ କନ୍ୟା ରୁପାଲୀ ବିଷୋୟୀ(୨୩)। ରୁପାଲୀଙ୍କ ପରିବାର ଗୁଡ଼ାରୀ ସାହିରୁ ଆସି ଟିକାବାଲି ଆଖଣ୍ଡଳମଣି ମନ୍ଦିର ପାଖରେ ଘର ଭଡ଼ା ନେଇ ରହୁଥିଲେ।

ମିଳିଥିବା ସୂଚନା ମୁତାବକ, ହଠାତ୍‌ ଘଡଘଡ଼ି ସହ ବର୍ଷା ହୋଇ ଘର ଉପରେ ବଜ୍ରପାତ ଘଟିଥିଲା। ସେଥିରେ ବାପା ବିମ୍ବାଧର, ମା’ ଅତୁଳା ବିଷୋୟୀ ଆହତ ହୋଇଥିବାବେଳେ ଝିଅ ରୁପାଲୀ ଗୁରୁତର ହୋଇଥିଲେ । ସ୍ଥାନୀୟ ବାସିନ୍ଦା ସମସ୍ତଙ୍କୁ ଉଦ୍ଧାର କରି ଟିକାବାଲି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରୁପାଲୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟିକାବାଲି ଆଇଆଇସି କଲ୍ୟାଣୀ ମୟୀ ଷେଣ୍ଢ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଥାନାରେ ଏକ ମାମଲା(ନଂ.୪/୨୪) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri