Categories: ଫୁରସତ

ମୁମ୍ବାଇ ଷ୍ଟେଶନରେ ‘କୁଛ କୁଛ ହୋତା ହେ’ ଗୀତରେ ଅଶ୍ଲୀଳ ଡ୍ୟାନ୍ସ କଲେ ଯୁବତୀ, ଗିରଫ କଲା ପୋଲିସ; ଭିଡିଓ ଭାଇରାଲ

ଭାଇରାଲ ହେବା ପାଇଁ ଲୋକ କିଛି ବି କରିବାକୁ ପଛାଉ ନାହାନ୍ତି। ସାର୍ବଜନିକ ସ୍ଥାନରେ ବିଭିନ୍ନ ପ୍ରକାର ଅଜବ-ଗଜବ ଜିନିଷ କରି ପବ୍ଲିସିଟି ହେବାରେ ଲାଗି ପଡୁଛନ୍ତି। ବର୍ତ୍ତମାନ ଜଣେ ମହିଳା ଭାଇରାଲ ହେବା ପାଇଁ ମୁମ୍ବାଇ ଷ୍ଟେଶନରେ ଏପରି କିଛି କାଣ୍ଡ କଲେ ଯେ, ତାଙ୍କୁ ଥାନାକୁ ଯିବାକୁ ପଡିଲା।
ଦିଲ୍ଲୀ ପରେ ଏବେ ମୁମ୍ବାଇ ଷ୍ଟେଶନର କିଛି ଦୃଶ୍ୟ ଖୁବ୍‌ ଭାଇରାଲ ହେଉଛି। ଷ୍ଟେଶନରେ ଜଣେ ମହିଳା ଟ୍ରେନରୁ ଡେଇଁପଡି ପ୍ଲାଟଫର୍ମରେ ଶୋଇ ଅଶ୍ଲୀଳ ଡ୍ୟାନ୍ସ କରିବାକୁ ଲାଗିଲେ। ଯେଉଁଥିପାଇଁ ତାଙ୍କୁ ପୋଲିସ ଆଗରେ କ୍ଷମା ମାଗିବାକୁ ପଡିଥିଲା। ସୋସିଆଲ ମିଡିଆରେ ଏକ୍ସରେ ଭାଇରାଲ ଗାର୍ଲଙ୍କ ଭିଡିଓ ଖୁବ୍‌ ଭାଇରାଲ ହୋଇଛି।
ଯୁବତୀଜଣକ ‘କୁଛ କୁଛ ହୋତା ହେ’ ଓ ‘କୋଇ ମିଲ ଗୟା’ରେ ଷ୍ଟେଶନରେ ଏପରି ଡ୍ୟାନ୍ସ କରିଥିଲେ ଯେ, ଆଖପାଖରେ ଯାଉଥିବା କିଛି ଯାତ୍ରୀ ହସୁଥିବା ଓ ଆଉ କିଛିଜଣ ରାଗୁଥିବା ନଜର ଆସିଛନ୍ତି।

ଏପରି ଘଟଣାକୁ କିଛି ଯାତ୍ରୀ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯେଉଁଥିରେ ଷ୍ଟେଶନରେ ହେଉଥିବା ଏପରି କାଣ୍ଡକୁ କିଛିଜଣ ନିନ୍ଦା କରିଥିଲେ। ଭିଡିଓ ଭାଇରାଲ ହେବା ପରେ ପୋଲିସ ଯୁବତୀଙ୍କୁ ଗିରଫ କରିଥିଲା। ଥାନାକୁ ଯାଇ ଯୁବତୀଜଣକ ସର୍ବ ସମ୍ମୁଖରେ କ୍ଷମା ମାଗିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share