Categories: ଜାତୀୟ

ବରଣମାଳା ପିନ୍ଧାଇଲା ବେଳେ କନ୍ୟାଙ୍କ ମୃତ୍ୟୁ

ଲକ୍ଷ୍ନୌ,୭।୧୨: ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଶିବାଙ୍ଗୀ ନାମ୍ନୀ ଜଣେ ଯୁବତୀଙ୍କର ବିବାହ ମଣ୍ଡପରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ବାହାଘର ଦିନ ବିବାହ ମଣ୍ଡପରେ ବର, କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଉଥିବାବେଳେ ଶିବାଙ୍ଗୀ ହଠାତ୍‌ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଘରଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share