Categories: ଜାତୀୟ

ଦିଲ୍ଲୀ କାଂଞ୍ଝେୱାଲା ମାମଲା: ଯୁବତୀଙ୍କୁ କରାଯାଇନି ବଳାତ୍କାର! ପୋଲିସର ଏଫଏସଏଲ ରିପୋର୍ଟକୁ ଅପେକ୍ଷା

ନୂଆଦିଲ୍ଲୀ,୩ ।୧: ରାଜଧାନୀ ଦିଲ୍ଲୀର କାଂଞ୍ଝେୱାଲା ହତ୍ୟା ମାମଲାରେ ଯୁବତୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏଥିରୁ ଜଣାପଡିଛି କି ଯୁବତିଙ୍କୁ ବଳାତ୍କାର କରାଯାଇନାହିଁ । ତାଙ୍କ ପ୍ରାଇଭେଟ ପାର୍ଟରେ କୌଣସି ଆଘାତ ମଧ୍ୟ ଲାଗି ନାହିଁ । ହେଲେ ରିପୋର୍ଟ ଏବେ ପର୍ଯ୍ୟନ୍ତ ପୋଲିସକୁ ଦିଆଯାଇନାହିଁ । ଏବେ ଏଫଏସଏଲ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ଜାନୁୟାରୀ ୨ରେ ମୌଲାନା ଆଜାଦ ମେଡିକାଲ କଲେଜର ମୋର୍ଚରିରେ ଯୁବତୀଙ୍କ ମୃତଦେହ ପୋଷ୍ଟମର୍ଟମ କରାଯାଇଥିଲା । ମେଡିକାଲ ବୋର୍ଡ ଜରିଆରେ ଏହି ପୋଷ୍ଟମର୍ଟମ କରାଯାଇଥିଲା । ହେଲେ ମୃତ ଯୁବତୀଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ କି ଦୁର୍ଘଟଣା ହେବା ପୂର୍ବରୁ ତାଙ୍କୁ ବଳାତ୍କାର କରାଯାଇଥିଲା । ଏହାପରେ ରାଷ୍ଟ୍ରିୟ ମହିଳା ଆୟୋଗ ଦିଲ୍ଲୀ ପୋଲିସକୁ ପତ୍ର ଲେଖି ପୀଡ଼ିତାଙ୍କ ଯୌନ ଉତ୍ପିଡନ ହୋଇଛି ନା ନାହିଁ ଏହାର ଯାଞ୍ଚ କରିବାକୁ ଦାବି କରିଥିଲେ ।
ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପୋର୍ଷ୍ଟ ମର୍ଟମ ରିପୋର୍ଟ ସମ୍ନାକୁ ଆସିନାହିଁ । କିଛି ସମୟ ପରେ ସମସ୍ତ ରିପୋର୍ଟ ସାମ୍ନାକୁ ଆସିବ । କାରଣ କିଛି ସମୟ ପରେ ଅର୍ଥାତ୍ ମଙ୍ଗଳବାର ଯୁବତୀଙ୍କ ସଂସ୍କାର କରାଯିବ ।

Share