Categories: ରାଜ୍ୟ

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ଡଙ୍ଗାରେ ଥିବା କଏନ ସଂଗ୍ରହ କରିବାକୁ ଯାଇ ପାଣିରେ ବୁଡିଗଲେ ନାବାଳିକା

ଭୁବନେଶ୍ୱର,୧୫।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ। ପାଣିରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ମାଲକାନଗିରି ଜିଲା ସଦର ଥାନା ଚମ୍ପାନଗରରେ ଘଟିଛି। ମୃତା ନାବାଳିକାଙ୍କ ବୟସ ୧୨ ବର୍ଷ ହେବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଭସା ଯାଇଥିବା ଡଙ୍ଗାରୁ କଏନ ସଂଗ୍ରହ କରିବାକୁ ଯାଇ ପାଣିରେ ବୁଡିଯାଇଥିବା କୁହାଯାଉଛି। ସକାଳେ ସେ ନିଜର କିଛି ସାଙ୍ଗଙ୍କ ସହ ନିକଟସ୍ଥ ପୋଖରୀକୁ ଯାଇଥିଲେ। ମାତ୍ର ଡଙ୍ଗାରେ ଥିବା କଏନ ସଂଗ୍ରହ କରିବାକୁ ଯାଇ ପାଣିରେ ପଶିଯାଇଥିଲେ। ସେହି ସମୟରେ ଗୋଡ ଖସିଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିକଟସ୍ଥ ପୋଖରୀରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

Share