ଏମ୍‌ଟେକ୍‌ ବାୟୋ ଟେକ୍ନୋଲୋଜିରେ ଟପ୍ପର ହେଲେ ଝାରସୁଗୁଡ଼ା ଝିଅ

ଝାରସୁଗୁଡା ଅଫିସ୍‌,୨୮।୭: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)୨୦୨୨ ଫଳ ପ୍ରକାଶ ପାଇଛି । ଏଥିରେ ଝାରସୁଗୁଡ଼ା ସହର ପୁରୁଣାବସ୍ତିର ଛାତ୍ରୀ ଶୁଭଶ୍ରୀ ହୋତା ଏମ୍‌ଟେକ୍‌ ବାୟୋ ଟେକ୍ନୋଲୋଜିରେ ଟପ୍ପର ହୋଇଛନ୍ତି। ଏହା ଜଣାପଡିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଟେକ୍‌ ପରେ ଏମ୍‌ଟେକ୍‌ ପାଇଁ ସେ ୧ ବର୍ଷ ଆଇଏଫ୍‌ଏସ୍‌ରେ ଅନ୍‌ଲାଇନ୍‌ରେ କୋଚିଂ ନେଉଥିଲେ । ପ୍ରତିଦିନ ସେ ଦୈନିକ ୭ରୁ ୮ ଘଣ୍ଟା ନିୟମିତ ପାଠ ପଢୁଥିଲେ ।

କଠିନ ପରିଶ୍ରମ ଅନୁଯାଇ ର଼୍ୟାଙ୍କ ରହିବା ନିଶ୍ଚିତ ଆଶା ରହିଥିଲା  । ହେଲେ ଟପ୍ପର ହେବା ଆଶା ନ ଥିଲା। ଏବେ ଫଳ ପ୍ରକାଶ ପାଇବା ପରେ ଟପ୍ପର ହୋଇଥିବା ଜାଣିବା ପରେ ସେ ଖୁସି ଅନୁଭବ କରୁଛନ୍ତି। ଏହାର ଶ୍ରେୟ ସେ ମା’,ବାପା ଓ ଭାଇଙ୍କୁ ଦେଇଛନ୍ତି। ସେ କହିଛନ୍ତି, ଆଗକୁ ରିସର୍ଚ୍ଚ ଓରିଏଣ୍ଟେଡ୍‌ ବାୟୋଟେକ୍ନୋଲୋଜିରେ ପିଏଚ୍‌ଡି କରିବା ପାଇଁ ସେ ଆଶା ରଖିଛନ୍ତି।

Share