Categories: ଫୁରସତ

ସମ୍ପର୍କୀୟ ଭାଇକୁ ବିବାହ କଲେ ଯୁବତୀ: ପରିବାର ନେଲା ଏମିତି ପଦକ୍ଷେପ

ଜଣେ ଯୁବତୀ ପରିବାର ବିରୋଧରେ ଯାଇ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ବିବାହ କରିଛନ୍ତି। ଏ ନେଇ ଯୁବତୀଙ୍କ ପରିବାର ଲୋକେ ଝିଅର ଏକ କୁଶପୁତ୍ତଳିକା ତିଆରି କରି ସେଥିରେ ନିଆଁ ଲଗାଇ ଅନ୍ତିମ ସଂସ୍କାର କରିଛନ୍ତି।

ଝାଡ଼ଖଣ୍ଡର ରାମଗଡ଼ ଜିଲାର ଲାରୀ ଗାଁରେ ଘଟିଛି ଏହି ଘଟଣା। ଗ୍ରାମର ବିଷ୍ଣୁଟୋଲାର ଜଣେ ଯୁବତୀ ନିଜ ପ୍ରେମିକଙ୍କ ସହ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ପ୍ରେମିକ ଯୁବତୀଙ୍କର ସମ୍ପର୍କୀୟ ଭାଇ ହେବେ। ଯୁବତୀଙ୍କ ଏହି ନିଷ୍ପତ୍ତି ତାଙ୍କ ପରିବାର ଲୋକଙ୍କର ପସନ୍ଦ ନ ଥିଲା। ତେଣୁ ଯୁବତୀ ପରିବାର ବିରୋଧରେ ଯାଇ ଘରୁ ପଳାଇ ଉକ୍ତ ଯୁବକଙ୍କୁ ବିବାହ କରିଥିଲେ। ଏହା ଜାଣିବା ପରେ ଯୁବତୀଙ୍କ ପରିବାର ଲୋକେ ତାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି।

Share