Categories: ଜାତୀୟ

ନିଦରେ ଶୋଇଥିଲା ପ୍ରେମିକା, ଗୁଳି କରିଦେଲେ ନିର୍ଦ୍ଦୟ ପ୍ରେମିକ

ପାଟନା, ୦୨।୦୮: ବିହାରର କଟିହାର ଜିଲାରେ ଏକ ବଡ଼ ହତ୍ୟାକାଣ୍ଡ ଘଟିଛି । କୋର୍ଟରେ ସାକ୍ଷୀ ଦେବା ପୂର୍ବରୁ ପ୍ରେମିକାକୁ ଗୁଳିକରି ହତ୍ୟା କରିଛି ନିର୍ଦ୍ଦୟ ପ୍ରେମିକ । କଟିହାର ଥାନା ଅଞ୍ଚଳରେ ଏହା ଘଟିଛି । କୁହାଯାଉଛି ଯେ, ମୃତ ପ୍ରେମିକାର ନାମ ଅଞ୍ଜଳୀ କୁମାରୀ । ଅଭିଯୁକ୍ତ ଯୁବକ ସହ ତାଙ୍କର ପ୍ରମ ସମ୍ପର୍କ ରହିଥିଲା । କିନ୍ତୁ ଅଞ୍ଜଳୀଙ୍କର ଅନ୍ୟଜଣେ ଯୁବକଙ୍କ ସହ ପ୍ରମ ସମ୍ପର୍କ ରହିଥିବା ନେଇ ଅଭିଯୁକ୍ତର ସନ୍ଦେହ ହୋଇଥିଲା । ଏହାପରେ ଯୁବକ ଜଣଙ୍କ ଅଞ୍ଜଳୀ ଏବଂ ତାଙ୍କର କିଛି ଫଟୋ ଓ ଭିଡିଓ ଭାଇରାଲ କରିଥିଲା ।

ମିଳିଥିବା ସୂଚନା ଅନୁସାରେ, ଫଟୋ ଓ ଭିଡିଓ ଭାଇରାଲ୍‌କୁ ନେଇ ଅଞ୍ଜଳୀଙ୍କ ପରିବାର ଥାନାରେ ଏକ ମାମଲା ଦାଏର କରିଥିଲେ । ପୋଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । କିଛିଦିନ ତଳେ ସେ ଜେଲ୍‌ରୁ ବାହାରକୁ ଆସିଥିଲା । ଅଞ୍ଜଳୀଙ୍କ ସହ ସେ ମାମଲାର ସମାଧାନ କରିବାକୁ ଚାହୁଁଥିଲା । ଶୁକ୍ରବାର ଦିନ କୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଥିଲା । ହେଲେ ଏହା ପୂର୍ବରୁ ଅଭିଯୁକ୍ତ ଶୋଇଥିବା ଅବସ୍ଥାରେ ଅଞ୍ଜଳୀଙ୍କ ଉପରକୁ ଗୁଳି ଚଳାଇ ହତ୍ୟାକରିଥିଲା ।

Share