Categories: ଫୁରସତ

ପ୍ରେମିକ ମା’ଙ୍କୁ ଝୁରୁଥିଲେ ବୋଲି ବାପାଙ୍କୁ ବିବାହ କରିନେଲେ ପ୍ରେମିକା, ପରେ ଯାହା କହିଲେ…

ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ପ୍ରେମିକ। ସାହାରା ଦେବାକୁ ଯାଇ ପ୍ରେମିକଙ୍କ ବାପାଙ୍କୁ ବିବାହ କରି ନେଇଛନ୍ତି ଜଣେ ଯୁବତୀ। ଏପରି କରିବା ଦ୍ୱାରା ପ୍ରେମିକଙ୍କ ଜୀବନରେ ମା’ର ଅଭାବ ସେ ପୂରଣ କରିବେ ବୋଲି କହିଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ।

ଟିକ୍‌ଟକ୍‌ ବ୍ୟବହାରକାରୀ ‘@ys.amri’ ଏପରି କିଛି କରିଛନ୍ତି। ସେ ନିଜର ସୋସିଆଲ ଆକାଉଣ୍ଟରେ ପ୍ରେମିକଙ୍କ ମା’ଙ୍କ ମୃତ୍ୟୁ ଘଟିଥିବା କହିଥିଲେ। ଏହାକୁ ନେଇ ସେ ଦୁଃଖି ଥିବା ଜଣାଇଥିଲେ। ସବୁବେଳେ ଦୁଃଖି ରହିବା ଚିନ୍ତା କରି ସେ ତାଙ୍କ ବାପାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ମଧ୍ୟ କହିଥିଲେ, ଯାହା ଅନେକଙ୍କୁ ଚକିତ କରିଥିଲା। କିଛି ଲୋକ ତାଙ୍କର ଏଭଳି କାର୍ଯ୍ୟର ପ୍ରଶଂସା କରିଥିବା ବେଳେ କିଛି ଲୋକ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରି ପାରିନାହାନ୍ତି।

କହିରଖୁଛୁ, ଫେବୃୟାରୀରେ ଜଣେ ୪୪ ବର୍ଷୀୟ ମହିଳା ନିଜ ଗର୍ଭବତୀ ପୁଅଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ଏହି ଘଟଣା ସେତେବେଳେ ପୂରା ପରିବାରକୁ ଶକ୍ତ ଆଘାତ ଦେଇଥିଲା। ଏବେ ଯୁବତୀଙ୍କ ଏଭଳି ନିଷ୍ପତ୍ତି ଚର୍ଚ୍ଚାର ବିଷୟ ପାଲଟିଛି।

Share