ନୂଆଦିଲ୍ଲୀ,୨୮।୭: ଦକ୍ଷିଣ ଦିଲ୍ଲିର ଅରବିନ୍ଦ କଲେଜ ନିକଟରେଜଣେ ଯୁବକ ଜଣେ ଯୁବତୀଙ୍କୁ ଲୁହା ରଡରେ ପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା ଘଟଣା ପରେ ଅଭିଯୁକ୍ତ ବାଳକ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା। ଯୁବତୀଙ୍କ ହତ୍ୟା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସୂଚନାନୁସାରେ, ମୃତ କମଲା ନେହେରୁ କଲେଜର ଛାତ୍ରୀ ଥିଲେ। ୨୪ ଘଣ୍ଟା ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ଦ୍ୱିତୀୟ ହତ୍ୟାକାଣ୍ଡ ଘଟିଛି। ଗୁରୁବାର ରାତିରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଡାବ୍ରି ଅଞ୍ଚଳରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା।
ଦିଲ୍ଲୀ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଅରବିନ୍ଦ କଲେଜ ନିକଟ ବିଜୟ ମଣ୍ଡଳ ପାର୍କ ଶିବଲିକ ବ୍ଲକରେ ଜଣେ ଯୁବତୀକୁ ହତ୍ୟା କରିବା ପରେ ଜଣେ ଯୁବକ ଫେରାର ହୋଇଯାଇଥିଲେ। ଯୁବତୀଙ୍କ ମୃତଶରୀର ନିକଟରେ ଏକ ଲୁହା ରଡ ପଡ଼ିଥିବାର ଦେଖିବାକୁ ମିଳିଥିଲା। ମୃତକଙ୍କ ବୟସ ୨୫ ବର୍ଷ ହେବ। ଏହି ଘଟଣା ସମ୍ପର୍କରେ ସୂଚନା ରାତି ୧୨ଟା ୮ରେ ବିଜୟ ମଣ୍ଡଳ ପାର୍କରୁ କଲ ମାଧ୍ୟମରେ ଦିଲ୍ଲୀ ପୋଲିସ ଗ୍ରହଣ କରିଥିଲା। ଏହି କଲ ମାଧ୍ୟମରେ ପୋଲିସକୁ କୁହାଯାଇଥିଲା ଯେ ପାର୍କରେ ଜଣେ ଯୁବତିଙ୍କ ମୃତଦେହ ପଡ଼ିଛି। ଘଟଣାସ୍ଥଳରେ ଞdଞ୍ଚିବା ସହ ପୋଲିସ ଏହାର ଯାଞ୍ଚ ଆରମ୍ଭ କରିଛି।