Categories: ଜାତୀୟ

ବିଦେଶରେ ହିନ୍ଦୀ ସିନେମା ସଙ୍ଗିତରେ ଝୁମିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧୯ ।୧୦: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ଇସ୍ରାଏଲ ଗସ୍ତରେ ଅଛନ୍ତି । ଜୟଶଙ୍କର ଓ ତାଙ୍କ ପ୍ରତିନିଧି ମଣ୍ଡଳଙ୍କୁ ଇସ୍ରାଏଲରେ ଯେଉଁଭଳି ଭାବରେ ସ୍ୱାଗତ କରାଯାଇଥିଲା ତାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଇସ୍ରାଏଲର ସେଣ୍ଟର ଫର ପର୍ସନ୍ସ ୱିଥ ଡିସଏବିଲିଟିଜର ଏକ କାର୍ଯ୍ୟକ୍ରମରେ ଏମାନଙ୍କ ସମ୍ନାରେ ବଲିଉଡ୍ ଗୀତ ପରିବେଷଣ କରାଯାଇଥିଲା । ମେନାଶେ ସମ୍ପ୍ରଦାୟର ଜଣେ ନେତ୍ରହୀନ ଭାରତୀୟ ୟହୁଦି ଦିନା ସମତେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଓ ତାଙ୍କ ପ୍ରତିନିଧି ମଣ୍ଡଳଙ୍କୁ ସ୍ୱାଗତ କରିବା ସମୟରେ ଶହାରୁଖ ଖାଁଙ୍କ ଅଭିନୀତ ବଲିଉଡ୍ ମୁଭି ‘କଲ ହୋ ନା ହୋ’ ଓ ‘କୁଛ କୁଛ ହୋତା ହୈ’ର ହିଟ୍ ଗୀତ ଗାଇଥିଲେ । ଏହାକୁ ଦେଖି ବୈଦେଶିକ ମନ୍ତ୍ରୀ ଓ ତାଙ୍କ ପ୍ରତିନିଧି ମଣ୍ଡଳୀ ଭାବୁକ ହୋଇ ଯାଇଥିଲେ । ୟହୁଦି ଝିଅ ଦିନା ସମତ ଶାଲୱା ବ୍ରାଣ୍ଡର ଅଂଶ । ତେବେ ଗୀତ ସରୁ ସରୁ ବୈଦେଶିକମନ୍ତ୍ରୀ ତାଳି ବଜାଇ ସେମାନଙ୍କୁ ଉତ୍ସାହିତ କରିଥିଲେ ।

Share