ଫିଲିପାଇନ୍ସରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବତୀ ଅନ୍ଲାଇନ୍ରେ ଫୁଡ୍ ଅର୍ଡର କରିଥିଲେ। ତେବେ ଏହି ଅର୍ଡରକୁ ନେଇ ଏକାସାଙ୍ଗରେ ୪୨ ଜଣ ଡେଲିଭରୀ ବୟ ଆସି ଯୁବତୀଙ୍କ ପାଖରେ ପହଞ୍ଚିଗଲେ। ତେବେ ଯୁବତୀ ଜଣଙ୍କୁ ବୁଝାପଡ଼ିଲା ନାହିଁ ଏମିତି କେମିତି ହେଲା। ଏହି ଘଟଣାର ଯାଞ୍ଚ ହେବା ପରେ ଅସଲ କଥାଟା ସାମ୍ନାକୁ ଆସିଛି।
ଏକ ରିପୋର୍ଟ ଅନୁଯାୟୀ, ଫିଲିପାଇନ୍ସର ସେବୁ ସିଟିର ଜଣେ ଯୁବତୀ ଫୁଡ୍ ଆପ୍ରୁ ଲଞ୍ଚ୍ ପାଇଁ ଖାଇବା ଅର୍ଡର କରିଥିଲେ। ଏହା ପରେ ସେ ତାଙ୍କ ଜେଜେମା’ଙ୍କ ସହିତ ଖାଦ୍ୟକୁ ଅପେକ୍ଷା କରି ରହିଥିଲେ। ଏହା ପରେ ଯାହା ଘଟିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ। କିଛି ସମୟ ପରେ ଏହି ଯୁବତୀଙ୍କ ଗଳିରେ ଡେଲିଭରୀ ବୟ ଖାଇବା ଧରି ଆସି ପହଞ୍ଚିଲେ। ଖାଇବା ଆଣିକି ଆସିଥିଲେ ସତ ଜଣେ କି ଦୁଇଜଣ ନୁହେଁ ଏକାବେଳକେ ୪୨ ଜଣ ଆସି ତାଙ୍କ ଘର ପାଖରେ ପହଞ୍ଚିଗଲେ। କାହାକୁ କିଛି ବୁଝା ପଡ଼ିଲା ନାହିଁ ଯେ କ’ଣ ହେଉଛି। ଏହି ଗଳିରେ ରହୁଥିବା ପଡୋଶୀମାନେ ଆସି ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଜଣେ ସ୍ଥାନୀୟ ଯୁବକ ଏହିସବୁ ଘଟଣା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଶେଷରେ ଜଣାପଡ଼ିଥିଲା ଏହା କ’ଣ ଆଉ କେମିତି ଘଟିଲା।
ଏହି ସବୁ ଫୁଡ୍ ଆପ୍ ଭୁଲ୍ରେ ଚାଲୁଥିଲା। ଯେଉଁଥିପାଇଁ ୪୨ ଜଣ ଡେଲିଭରୀ ବୟ ଖାଇବା ଆଣି ପହଞ୍ଚିଥିଲେ। ଏହି ଆପ୍ ଠିକ୍ କାମ କରେ ନାହିଁ। ଫଳରେ ଅର୍ଡରଟି ୪୨ ଜଣ ଡେଲିଭରୀ ବୟଙ୍କ ପାଖରେ ପହଞ୍ଚିଯାଇଥିଲା। ତେଣୁ ସେମାନେ ସମସ୍ତେ ସେହି ଅର୍ଡର ଉପରେ ଖାଇବା ଧରି ଯୁବତୀଙ୍କ ପାଖରେ ଆସି ପହଞ୍ଚିଥିଲେ।