Categories: ଜାତୀୟ

୫ ବର୍ଷ ଧରି ବାପା, ଭାଇ, ଜେଜେବାପା ବଳାତ୍କାର କରୁଥିଲେ

ପୁଣେ,୨୦।୩: ୧୧ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ଭାଇ, ବାପା, ଜେଜେବାପା ଏବଂ ସମ୍ପର୍କୀୟ ମାମୁଁ ବିଭିନ୍ନ ସମୟରେ ଯୌନ ନିର୍ଯାତନା ଦେଇଥିଲେ। ଗତ ୫ ବର୍ଷ ହେଲା ଏଭଳି ଚାଲିଥିବା ନେଇ ପୀଡ଼ିତା ପୁଣେ ପୋଲିସରେ ଅଭିଯୋଗ କରିଛନ୍ତି। ପୋକ୍‌ସୋ ଆଇନ ଏବଂ ଭାରତୀୟ ପିଙ୍ଗଳ କୋଡ (ଆଇପିସି)ର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।

ତେବେ ସ୍କୁଲରେ ‘ଗୁଡ୍‌ ଟଚ୍‌ ଏବଂ ବ୍ୟାଡ୍‌ ଟଚ୍‌’ ସେସନ ବେଳେ ପୀଡ଼ିତା ଘଟଣା ସମ୍ପର୍କରେ ମୁହଁ ଖୋଲିଥିଲେ ବୋଲି ପୋଲିସ ଅଧିକାରୀ ଅଶ୍ୱିନୀ ସାତପୁତେ କହିଛନ୍ତି।

ପୀଡ଼ିତାଙ୍କ ବଡ଼ ଭାଇ ୨୦୨୦ ନଭେମ୍ବରଠାରୁ ଯୌନ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ତାଙ୍କ ଜେଜେବାପା ଏବଂ ସମ୍ପର୍କୀୟ ମାମୁଁ ତାଙ୍କୁ ନିର୍ଯାତନା ଦେଉଥିଲେ। କିନ୍ତୁ ସମସ୍ତ ଘଟଣା ବିଭିନ୍ନ ସମୟରେ ହୋଇଥିବାରୁ ଏହା ଗଣବଳାତ୍କାର ଘଟଣା ନୁହେଁ ବୋଲି ସେ କହିଛନ୍ତି।

Share