Categories: ଜାତୀୟ

ନାବାଳିକା ଝିଅକୁ ବଳାତ୍କାର କଲେ ସାବତ ବାପା

ନୂଆଦିଲ୍ଲୀ,୨୮।୧୧: ଚିରାଗ ଦିଲ୍ଲୀ ଅଞ୍ଚଳରେ ଝିଅଙ୍କୁ ସାବତ ବାପା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ଥାନାରେ ଅଭିଯୋଗ ହୋଇଥିବା ପୋଲିସ ଅଧିକାର କହିଛନ୍ତି।

ଅଭିଯୋଗ ଅନୁଯାୟୀ, ନାବାଳିକା ଉତ୍ତରାଖଣ୍ଡର ଡେରାଡୁନର ଏକ ଶିକ୍ଷା ଅନୁଷ୍ଠାନରେ ରୁହନ୍ତି। ସେ ଛୁଟିରେ ଘରକୁ ଆସିଥିଲେ। ତାଙ୍କ ମା’ ଓ ସାବତ ବାପା ଚିରାଗ ଦିଲ୍ଲୀ ଅଞ୍ଚଳରେ ଏକ ଭଡ଼ା ଘରେ ରୁହନ୍ତି। ସେ ଘରେ ରହିବା ବେଳେ ସାବତ ବାପା ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ ବୋଲି ଦକ୍ଷିଣ ଦିଲ୍ଲୀର ଡିସିପି ବେନିତା ମାରି ଜେକର କହିଛନ୍ତି। ଅଭିଯୁକ୍ତ ସାବତ ବାପାଙ୍କୁ ଆଇପିସି ଧାରା ଓ ପୋକ୍‌ସୋ ଆଇନରେ ଗିରଫ କରାଯାଇଛି।

Share