Categories: ଫୁରସତ

ଭିକାରୀଙ୍କ ପାଖରେ ଆଇଫୋନ୍‌ ଦେଖି ଚମକି ପଡ଼ିଲେ ଯୁବତୀ, ପଚାରିବାରୁ କହିଲେ- ଏଇଟା କୋଉ ବଡ଼ କଥା, ଘରେ ସମସ୍ତଙ୍କର ଅଛି

ମାଗୁଛନ୍ତି ଭିକ, ହେଲେ ହାତରେ ଧରିଛନ୍ତି ହଜାର ହଜାର ଟଙ୍କାର ଆଇଫୋନ୍‌। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାର ପରିସରକୁ ଆସିଛି। ଭିଡିଓରେ ଜଣେ ଯୁବତୀ ଭିକାରୀମାନଙ୍କ ଏକ ଦଳ ନିକଟରେ ପହଞ୍ଚି ତାଙ୍କୁ କିଛି ପ୍ରଶ୍ନ କରୁଥିବା ଦେଖାଯାଇଛି। ଜବାବରେ ସେ ଯାହା ଶୁଣୁଛନ୍ତି ଜାଣିଲେ ମୁଣ୍ଡରେ ହାତ ଦେବେ।
ଭିକାରୀ ହୋଇ ଆଇଫୋନ ଚଳାଉଛ ବୋଲି ଯୁବତୀଜଣଙ୍କ ଚକିତ ହୋଇ ପ୍ରଶ୍ନ କରିଥିଲେ। ଜବାବରେ ଏହା କି ବଡ଼ କଥା, ତାଙ୍କ ଘରେ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରନ୍ତି ବୋଲି ଭିକାରୀ କହିଥିଲେ। ସକାଳେ ତାଙ୍କୁ ଗାଡ଼ି ଛାଡ଼ିବାକୁ ଆସେ ଏବଂ ରାତିରେ ସାଙ୍ଗରେ ନେଇଯାଏ। ତେବେ ରୋଜଗାର କେତେ କରୁଛ ବୋଲି ପ୍ରଶ୍ନରେ ଭିକାରୀଜଣଙ୍କ ତାଙ୍କୁ ଓଲଟା ପ୍ରଶ୍ନ କରିଥିଲେ। ଯୁବତୀଜଣଙ୍କ ୪୦ହଜାର ବୋଲି କହିଥିଲେ। ଏହା ଶୁଣି ଭିକାରୀ ଜଣଙ୍କ ତାଙ୍କ ପାଖରେ ଯୁବତୀଙ୍କୁ ଚାକିରି କରିବାକୁ କହିଥିଲେ, ସେ ମଧ୍ୟ ତାଙ୍କୁ ସେତିକି ଟଙ୍କା ଦେବେ।
ତେବେ ଭିଡିଓଟି ବାସ୍ତବ କି ହସିବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ହେଲେ ଏହା ବାସ୍ତବ ଲାଗୁଛି। ଇନଷ୍ଟାଗ୍ରାମରେ ଏହା ବେଶ ଭାଇରାଲ ହେଉଥିବା ବେଳେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।
ଆପଣ ବି ଦେଖନ୍ତୁ ଭିଡିଓ:
Share