Categories: ଫୁରସତ

ଶାଢ଼ି ପିନ୍ଧି ସ୍କେଟିଂ କଲେ କୁନି ଝିଅ, ଭିଡିଓ ଦେଖିଲେ…

କେରଳରେ ଓନମ ପର୍ବ ପାଳନ କରାଯାଇଥିଲା। ଏହି ପର୍ବରେ ମହିଳାମାନେ ପ୍ରାୟତଃ ସେମାନଙ୍କର ପ୍ରିୟ ପୋଷାକ ‘କସାବୁ’ ଶାଢ଼ି ପିନ୍ଧନ୍ତି। ଏହି ଅବସରରେ ଏକ କୁନି ଝିଅ କାସବୁ ଶାଢ଼ି ପିନ୍ଧି ଚମତ୍କାର ସ୍କେଟିଂ କରିଥିଲେ। ଏବେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସ୍କେଟିଂ କରୁଥିବା ଝିଅର ପ୍ରତ୍ୟେକ ଷ୍ଟେପ୍‌ ଆପଣଙ୍କ ହୃଦୟ ଜିତିବ। ତାଙ୍କର ପ୍ରତିଭା ଦେଖି ଆପଣ ନିଶ୍ଚିତ ଭାବରେ କରତାଳି ଦେବାକୁ ବାଧ୍ୟ ହେବେ।

 

ଭିଡିଓରେ ଦେଖାଯାଇଥିବା ଝିଅଙ୍କ ନାମ ହେଉଛି ଆୟରା ଅୟମାନ ଖାନ। ତାଙ୍କୁ ମାତ୍ର ପାଞ୍ଚ ବର୍ଷ । ଫଟୋଗ୍ରାଫର ନଓ୍ବାଫ ଶାରଫୁଦ୍ଦିନଙ୍କ ଦ୍ୱାରା ଆୟରା ସ୍କେଟିଂର ଭିଡିଓ ପ୍ରସ୍ତୁତ କରାଯାଇଛି। ସେ ପୁଣିଥରେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ navaf__ରେ ଆୟରା ଭିଡିଓ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଆୟରାଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି।

ସ୍କେଟିଂକୁ ବହୁତ ଭଲ ପାଆନ୍ତି ଆୟରା। ସେ ବହୁତ କମ୍‌ ବୟସରୁ ସ୍କେଟିଂ ଆରମ୍ଭ କରିଥିଲେ। ସେଥିପାଇଁ ଆଜି ସେ ଏତେ କୌଶଳ ସହିତ ସ୍କେଟ କରିବାକୁ ସକ୍ଷମ ଅଟନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ @airahaymenkhan ରେ ସ୍କେଟିଂ କରିବାର ଅନେକ ଭିଡିଓ ପୋଷ୍ଟ କରିଛନ୍ତି।

କୋଚିସ୍ଥିତ ଏକ ଘରୋଇ ସ୍କେଟପାର୍କରେ ଆୟରାଙ୍କ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ତାଙ୍କ ଭିଡିଓ ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ବେଳେ ୫ ଲକ୍ଷରୁ ଅଧିକ ଲାଇକ୍‌ ମଧ୍ୟ ମିଳିଛି। ୟୁଜରମାନେ ଆୟରାଙ୍କ ସ୍କେଟିଂକୁ ଖୁବ୍‌ ପସନ୍ଦ କରିଛନ୍ତି।

Share