ସମ୍ବଲପୁର ଅଫିସ,୪।୧୦: ସମ୍ବଲପୁର ଜିଲା ଦଲେଇଗଡ଼ା ମହାନଦୀ ଘାଟରେ ଗାଧୋଇବାକୁ ଯାଇ ବାପ, ପୁଅ ଓ ଝିଅ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ପୁଅଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପୁଅଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହେଲେ ଏବେ ବି ବାପ, ଝିଅ ନିଖୋଜ ଅଛନ୍ତି।
ମିଳିଥିବା ସୂଚନା ମୁତାବକ, ସମ୍ବଲପୁର ଫେନ୍ସନପଡ଼ାରେ ରହୁଥିବା ଏମ୍ଡି ଅଲତାଫ(୪୭) ପୁଅ, ଝିଅଙ୍କୁ ଧରି ଦଲେଇଗଡ଼ା ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ବାପ, ପୁଅ ଓ ଝିଅ ସ୍ରୋତରେ ଭାସି ଯାଇଥିଲେ।