Categories: ଜାତୀୟ

ବୟ ଫ୍ରେଣ୍ଡ୍‌ ସହ କଥା ହେବାକୁ ରୋକିବାରୁ ସାନ ଭାଇକୁ ହତ୍ୟା କଲା ଭଉଣୀ

ଲକ୍ଷ୍ନୌ, ୧୪ା୪: ୯ ବର୍ଷୀୟ ନାବାଳକ ଭାଇକୁ ଇୟର ଫୋନରେ ତଣ୍ଟି ଚିପି ହତ୍ୟା କରିଛି ନାବାଳିକା ଭଉଣୀ। ବୟ ଫ୍ରେଣ୍ଡ୍‌ ସହ କଥା ହେବାକୁ ରୋକିବାରୁ ୧୫ ବର୍ଷୀୟା ନାବାଳିକା ଘଟାଇଛନ୍ତି ଏଭଳି ହତ୍ୟାକାଣ୍ଡ। ଉତ୍ତର ପ୍ରଦେଶର ରାଇ ବରେଲି ଜିଲାରୁ ସାମ୍ନାକୁ ଆସିଛି ଏହି ଘଟଣା।

ବାପା ଓ ମା’ଙ୍କ ଅନୁପସ୍ଥିତିରେ ନାବାଳିକା ଘଣ୍ଟା ଘଣ୍ଟା ଧରି ବୟ ଫ୍ରେଣ୍ଡ୍‌ ସହ କଥା ହେଉଥିଲେ। ଗୁରୁବାର ମଧ୍ୟ ବାପା ଓ ମା’ ପାଖରେ ନ ଥିବାବେଳେ ବଡ଼ ଭଉଣୀ ଫୋନରେ କଥା ହେଉଥିବା ଦେଖିବାକୁ ପାଇଥିଲା ସାନ ଭାଇ। ଆଉ ବିରୋଧ କରିଥିଲେ। ଏଥିଯୋଗୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତା’ ପରେ ବଡ଼ ଭଉଣୀକୁ ଆକ୍ରମଣ କରିଥିଲା ସାନ ଭାଇ। ବଡ଼ ଭଉଣୀ ଇୟରଫୋନ ତାରରେ ବେକ ଚିପି ହତ୍ୟା କରିବା ପରେ ଷ୍ଟୋରରୁମ୍‌ରେ ଲୁଚାଇ ଦେଇଥିଲେ ସାନ ଭାଇର ମୃତଦେହକୁ।

ବାପା ମା’ ଘରକୁ ଆସିବା ପରେ ପୁଅ ନ ମିଳିବାରୁ ସ୍ଥାନୀୟ ପୋଲିସରେ ନିଖୋଜ ଅଭିଯୋଗ ଦାୟାର କରିଥିଲେ। କିନ୍ତୁ ପରଦିନ ଷ୍ଟୋର ରୁମ୍‌ର ଗନ୍ଧ ବାହାରିବାରୁ ଉଦ୍ଧାର କରାଯାଇଥିଲା ପୁଅର ମୃତଦେହ। ମୃତଦେହର ହାତ, ପେଟ ଓ ବେକରେ କ୍ଷତାକ୍ତ ଚିହ୍ନ ଥିଲା। ପୋଲିସ ତଦନ୍ତ ପରେ ଜଣାପଡ଼ିଥିଲା ବଡ଼ ଭଉଣୀ ହିଁ ହତ୍ୟାକାରୀ।

Share