Categories: ଫୁରସତ

ମୃତ ବାପାଙ୍କ ଫଟୋ ସହ କୁକୁର ଫିଲଟର ଲଗାଇ ଉଠାଇଲେ ଫଟୋ, ଭାଇରାଲ ହେଉଛି ଭିଡିଓ

ଫଟୋରେ ଆସୁଥିବା ଫିଲଟର ଫିଚରରେ ୟୁଜର୍ସ ବିଭିନ୍ନ ପ୍ରକାର ଫିଚର ବ୍ୟବହାର କରୁଛନ୍ତି। ଖାସ୍‌ କରି ଯୁବତୀମାନେ। ପ୍ରତି ଫଟୋ ପାଇଁ ଯୁବତୀମାନେ ବିଭିନ୍ନ ପ୍ରକାର ଷ୍ଟାଇଲିଶ ଫିଲଟର ୟୁଜ କରନ୍ତି। ତେବେ ନିକଟରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ଝିଅ ନିଜ ମୃତ ବାପାଙ୍କ ଫଟୋରେ ଫିଲଟର ଲଗାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ତାଙ୍କୁ ଟ୍ରୋଲ ହେବାକୁ ପଡିଛି।

ଭିଡିଓରେ ଦେଖାଯାଇଛି କି, ଝିଅ ଜଣକ ନିଜ ମୃତ ବାପାଙ୍କ ସହ ଫଟୋ ଉଠାଇଛନ୍ତି। ଏହାପରେ ଜିଭ କାଢୁଥିବା କୁକୁରର ଫିଲଟର ବ୍ୟବହାର କରି ଭିଡିଓ କରିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ କିଛିଜଣ ଝିଅଙ୍କ ବାପାଙ୍କ ପ୍ରତି ପ୍ରେମ ବୋଲି କହିଥିବାବେଳେ କିଛିଜଣ ଟ୍ରୋଲ କରିଛନ୍ତି।

Share