କାବୁଲ,୩୦।୪: କୌଣସି ଯୁବତୀ ଜଣେ ଯୁବକଙ୍କ ସହ ଫୋନ୍ରେ କଥା ହେବା ଅପରାଧ ନୁହେଁ। ମାତ୍ର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ଯୁବତୀ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଫୋନ୍ରେ ଗପୁଥିଲେ। ଏଥିପାଇଁ ତାଙ୍କୁ ଦଣ୍ଡ ମିଳିଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭିଡିଓରେ ଦେଖିବାକୁ ମିଳିଛି, ଯୁବତୀଙ୍କୁ ରାସ୍ତା ମଝିରେ ଚାବୁକ୍ରେ ୪୦ ପ୍ରହାର ଦଣ୍ଡ ଦିଆଯାଇଛି। କେହି ଏହି ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଛନ୍ତି। ଖାଲି ଏତିକି ନୁହେଁ, ଏହି ଦଣ୍ଡକୁ ଲୋକେ ଚୁପ୍ଚାପ୍ ଦେଖୁଥିଲେ ମଧ୍ୟ ପ୍ରତିବାଦ କରୁ ନ ଥିଲେ।