Categories: ଜାତୀୟ

ଯୁବତୀଙ୍କୁ ୫୧ ଥର ସ୍କ୍ରୁ ଡ୍ରାଇଭର ଭୁସି ହତ୍ୟା

କୋର୍ବା,୨୮ା୧୨: ଛତିଶଗଡ଼ର କୋର୍ବା ଜିଲାରେ ଜଣେ ଯୁବତୀ କଥା ହେବାକୁ ମନା କରିଦେବାରୁ ତାଙ୍କୁ ଜଣେ ଯୁବକ ସ୍କ୍ରୁ ଡ୍ରାଇଭରରେ ୫୧ ଥର ଭୁସି ହତ୍ୟା କରିଛନ୍ତି। ସାଉଥଇଷ୍ଟର୍ନ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ର ପମ୍ପହାଉସ କଲୋନିରେ ଶନିବାର ଏହି ହତ୍ୟାକାଣ୍ଡ ଘଟିଛି। ଆକ୍ରମଣକାରୀ ପୂର୍ବରୁ କଣ୍ଡକ୍ଟର ଥିବାବେଳେ ବସ୍‌ରେ ଯୁବତୀଙ୍କ ସହ ସମ୍ପର୍କ ହୋଇଥିଲା। ୩ ବର୍ଷ ପୂର୍ବେ ଯୁବକ ଅହମଦାବାଦ ପଳାଇଯାଇ ସେଠାରେ ଚାକିରି କରିଥିଲେ ଏବଂ ଉଭୟଙ୍କ ମଧ୍ୟରେ ଫୋନ୍‌ରେ ଯୋଗାଯୋଗ ରହିଥିଲା। ତେବେ କିଛିଦିନ ହେଲା ଯୁବତୀ ଫୋନ୍‌ରେ କଥା ହେବା ବନ୍ଦ କରିଦେବାରୁ ସେ ତାଙ୍କୁ ହତ୍ୟ କରିଛନ୍ତି।

Share